।। ଉଦ୍ୟୋଗୀ ବିକାଶ ଦିବସ-୨୦୨୪ ଅନୁଷ୍ଠିତ ।।

Mar 5, 2024 - 21:43
 0  31
।। ଉଦ୍ୟୋଗୀ ବିକାଶ ଦିବସ-୨୦୨୪ ଅନୁଷ୍ଠିତ ।।

ନୂଆପଡା ଜିଲ୍ଲା ଶିଳ୍ପ କେନ୍ଦ୍ର ନୂଆପଡା ତରଫରୁ ଏବିଟି କନଫରେନ୍ସ ହଲ ନୂଆପଡା ଠାରେ ଏକ ଉଦ୍ୟୋଗୀ ବିକାଶ ଦିବସ -୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପ୍ରଦୀପ ସେଠ ସିଡିଭିଓ ନୂଆପଡା, ସୀତାରାମ ମେହେର ଏଲଡିଏମ ଏସ.ବି.ଆଇ. ନୂଆପଡା, ପୁଷ୍ପରଞ୍ଜନ ସାହୁ ଏଡିଏଚ (ଓ), ଚଳଭଦ୍ର ସାହୁ ସହକାରୀ ମତ୍ସ୍ୟ ବିଭାଗ ଅଧିକାରୀ ନୂଆପଡା, ସତ୍ୟଭୂଷଣ ନାଗ ବିଏଓ .ମୋତିଲାଲ ରାଓଲ ଜିଲ୍ଲା ଶିଳ୍ପ ସଂସ୍ଥାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ସମୀର ମୁଦୁଲି ସଭାଟିକୁ ପରିଚାଳନା କରିଥିବା ବେଳେ ଉକ୍ତ ସଭାରେ ୧୦୦ରୁ ଉର୍ଦ୍ଧ୍ବ ଭଦ୍ୟୋଗୀ ଉପସ୍ଥିତ ରହିଥିଲେ ଏବଂ ୧୦ ଜଣ ସଫଳ ଉଦ୍ୟୋଗୀଙ୍କ ଉପଢୌକନ ଦେଇ ସମ୍ମାନୀତ କରାଗଲା । ମଂଚରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଜିଲ୍ଲାର ବିକାଶ ଦିଗରେ ଉଦ୍ୟୋଗୀ ବନ୍ଧୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ଓ ସରକାରଙ୍କ ବିଭିନ୍ନ ସ୍କିମ କିପରି ତାଙ୍କର ସହାୟକ ହେବ ତାହା ଉପରେ ଗୁରୁତ୍ବ ଦେଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ସମସ୍ତ କର୍ମକର୍ତା ଆନନ୍ଦ ବେହେରା ଆଇପିଓ, ପିକେ ମିଶ୍ର ଆଇପିଓ ଏବଂ ସ୍ବାଧିନ କେତନ ମହାରଣା ବରିଷ୍ଠ କ୍ଷୀପ୍ରଲେଖକ କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ