ଇଗଲ ଗ୍ରୁପ ପକ୍ଷ ରୁ ମହାରକ୍ତଦାନ ଶିବିର ଆୟୋଜିତ

Mar 1, 2026 - 22:54
 0  8
ଇଗଲ ଗ୍ରୁପ ପକ୍ଷ ରୁ ମହାରକ୍ତଦାନ ଶିବିର ଆୟୋଜିତ

ଝାରସୁଗୁଡା,୧।୩(ଫାଷ୍ଟ ନ୍ୟୁଜ ଓଡିଶା):ଝାରସୁଗୁଡା ଇଗଲ ଗ୍ରୁପ ପକ୍ଷ ରୁ ମହାରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ 101 ଜଣ ରକ୍ତଦାତା ସେଚ୍ଛା ରେ କଲେ ରକ୍ତଦାନ କରିଛନ୍ତି। ଝାରସୁଗୁଡ଼ା ସହର ର ଜଣେ ଜଣାଶୁଣା ସାମାଜିକ ତଥା ସମାଜସେବୀ ସଙ୍ଗଠନ ଇଗଲ ଗ୍ରୁପ ପକ୍ଷ ରୁ ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ସ୍ଥାନୀୟ ମୋହିନୀ ହୋଟେଲ ପରିସର ରେ ଏକ ମହାରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି।ଇଗଲ ଗ୍ରୁପ ସଭାପତି ଦିବ୍ୟ ସିଂ ପଟ୍ଟନାୟକ,ସଂପାଦକ ହିମାଦ୍ରି ପ୍ରଧାନ ତଥା ପୂର୍ବତନ ସଭାପତି ରାକେଶ ସାହୁ ଆଦି ଙ୍କ ନେତୃତ୍ୱ ତଥା ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ଆୟୋଜିତ ଏହି ରକ୍ତଦାନ ଶିବିର କୁ ଝାରସୁଗୁଡ଼ା ର ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଅର୍ଜୁନ ମୋରେ ମୁଖ୍ୟ ଅତିଥି ଭାବ ରେ ଯୋଗ ଦେଇ ଉଦଘାଟନ କରିବା ସହ ଇଗଲ ଗ୍ରୁପ ଦ୍ଵାରା କରାଯାଉଥିବା ଏହି ସମାଜସେବା କାର୍ଯ କୁ ପ୍ରଶଂସା କରିଥିଲେ।ଏହି ଅବସର ରେ ପୂର୍ବତନ ନଗରପାଳ ତାପସ ରାୟ ଚୌଧୁରୀ, ରେଡ଼କ୍ରସ ର ବାବନ୍ ସିଂ, ହୋଟେଲ ମୋହିନୀ ରୟାଲ ର ଅର୍ଜୁନ ମୁନ୍ଦ୍ରା, ବିଜୟ ମୂନ୍ଦ୍ରା ପ୍ରମୁଖ ଅତିଥି ଭାବ ରେ ଉପସ୍ଥିତ ରହି ଆୟୋଜକ ଏବଂ ରକ୍ତଦାତା ଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ।ଆଜି ର ରକ୍ତଦାନ ଶିବିର ରେ 101 ଜଣ ରକ୍ତଦାତା ଯେଉଁଥିରେ ବହୁ ସଂଖ୍ୟା ରେ ମହିଳା ମାନେ ମଧ୍ୟ ସାମିଲ ହୋଇଥିଲେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆୟୋଜିତ ଏହି ଅଭିଯାନ ରେ ସହଯୋଗ କରି ସ୍ୱେଚ୍ଛା ରେ ରକ୍ତଦାନ କରିଥିଲେ ।ରକ୍ତଦାନ ଶିବିର କୁ ସଫଳ କରିବାରେ ରେ ଇଗଲ ଗ୍ରୁପ ସଦସ୍ୟ ଭାଗବତ ସ୍ୱାଇଁ,ବଳଭଦ୍ର,ସନ୍ଦୀପ ସ୍ୱାଇଁ,ଦେବାଶିଷ ମହାପାତ୍ର, ପ୍ରଦୀପ ଦାସ, ରାଜେଶ୍ , ଦେବସ୍ମିତା, ଦିବ୍ୟରଗିନି ସାହୁ, ପ୍ରକାଶ, ଅମିତ୍ ମନ୍ତ୍ରୀ, ଦେବ ପ୍ରକାଶ ଦୋରା ସମେତ ଅନ୍ୟାନ୍ୟ ସଦସ୍ୟ ଏବଂ ଶିବିର ସ୍ଥଳ ମୋହିନୀ ହୋଟେଲ ତଥା ବିଜୁ ମୁନ୍ଦ୍ରା ଙ୍କ ବିଶେଷ ଯୋଗଦାନ ରହିଥିଲା।. ଡକ୍ଟର ପ୍ରକାଶ ରଣା, ଅଜୟ ବାରିକ ଏବଂ ପ୍ରଶାନ୍ତ ନନ୍ଦ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ରକ୍ତ ଦାତ୍ତା ଙ୍କୁ ସମ୍ମାନିତ କରିଥିଲେ . ଡକ୍ଟର ଯୋଜୋ ଙ୍କ ସହ ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ମାନେ ବହୁତ ଯୋଗଦାନ କରିଥିଲେ ଭାବଗ୍ରାହୀ ବେହେରା, କିରଣ କୁମାର ସାହୁ, ଭବାନୀ ଶଙ୍କର ସୁନ୍ୟାନି, ନିର୍ମଳା ମହାନନ୍ଦ, ଭବାନୀଶଙ୍କର ରାଉତ୍, ଦିଲିପ କୁମାର ବଞ୍ଛୋର୍, ଏବଂ ସୁଧୀର ମକର ଉପସ୍ଥିତ ରହିଥିଲେ।

 ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ