ଆମ୍ବୁଲାନ୍ସ ଅଭାବରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗରିବ ରୋଗୀ ହନ୍ତସନ୍ତ ଘରୋଇ ଗାଡ଼ି ଭରସାରେ ରୋଗୀ, ୪ ଘଣ୍ଟା ଅପେକ୍ଷା ପରେ ବି ମିଳିଲାନି ଆମ୍ବୁଲାନ୍ସ।
ଦାରିଙ୍ଗବାଡ଼ି: ୨୭/୮/୦୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା): ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଥିବା ନେଇ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା ପ୍ରକାର ଥିବା ଅଭିଯୋଗ ହେଉଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଦ୍ଵିତୀୟ‘କାଶ୍ମୀର’ ଭାବେ ପରିଚିତ ହେବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଘରୋ ଅଭାବ ଯୋଗୁଁ ରୋଗୀମାନେ ଏବଂ ପରିବାର ବର୍ଗ ହଇରାଣ ହେଉଥିବା ଅଭିଯୋଗ ହୋଇଛି।ଏହାର ଉଦାହରଣ ହେଉଛି ବାଞ୍ଜାମାହା ଗ୍ରାମରୁ ଆସିଥିବା ଜଣେ ପ୍ରସୂତିକରଣୀ ଦୃଶ୍ୟର ଘଟଣା। ପରିବାରର କହିବା ସୂଚନା ମତାବିକ ପ୍ରାୟ ୩୩ କିଲୋମିଟର ଦୂର ବାଞ୍ଜାମାହାରୁ ପ୍ରସବ ପାଇଁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିଥିଲେ। କିନ୍ତୁ ଏଠାରେ ପ୍ରସବ କରାଇବା ସମ୍ଭବ ନ ହେବାରୁ ତାଙ୍କୁ ବାଲିଗୁଡ଼ାକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସକାଳ ପ୍ରାୟ ୪ ଘଣ୍ଟା ସମୟ ଆମ୍ବୁଲାନ୍ସ ଅପେକ୍ଷା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିନଥିବାରୁ ଶେଷରେ ବାଧ୍ୟ ହୋଇ ଘରୋଇ ଗାଡ଼ି ଭଡ଼ା କରି ବାଲିଗୁଡ଼ା ମେଡିକାଲକୁ ପ୍ରସବ ପରିବାରୁ ବର୍ଗ ଲୋକେ ଯାଇଥିଲେ।ଦାରିଙ୍ଗବାଡ଼ି ଅଞ୍ଚଳ ଲୋକେ ଅଭିଯୋଗ ଅନୁଯାୟୀ, ଫିଡ଼ିତ ରୋଗୀଙ୍କୁ ବ୍ରହ୍ମପୁର କିମ୍ବା ଫୁଲବାଣୀ ବୋଲି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ଜରୁରୀକାଳୀନ ସରକାରୀ ଆମ୍ବୁଲାନ୍ସ (୧୦୮/୧୦୨) ସବୁବେଳେ ସମୟରେ ଉପଲବ୍ଧ ହେଉନାହିଁ କାହିଁକି। ଫଳରେ ବହୁ ସମୟରେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଡାକ୍ତରଖାନାରେ ଅପେକ୍ଷା କରିବାକୁ ପଡ଼ୁଛି।ଆମ୍ବୁଲାନ୍ସ ଘରୋ ଅଭାବରୁ ନିରୁପାୟ ହୋଇ ଗରିବ ଓ କଟିଆ ଦିନମଜୁରିଆ ପରିବାର ଲୋକେ ଘରୋଇ ଗାଡ଼ି ଉପରେ ନିର୍ଭର କରୁଛନ୍ତି। ଘରୋଇ ଗାଡ଼ି ପାଇଁ ଅଧିକ ଭଡ଼ା ଦେବାକୁ ପଡ଼ୁଥିବାରୁ ଏହା ଗରିବ ଶ୍ରେଣୀ ପରିବାର ପାଇଁ ଆର୍ଥିକ ଅର୍ଥ ବାଧ୍ଯା ସୃଷ୍ଟି ହେଉଛି। ଗୁରୁତର ରୋଗୀମାନଙ୍କୁ ଟିକ୍ ସମୟରେ ଉନ୍ନତ ଚିକିତ୍ସା କେନ୍ଦ୍ରକୁ ପହଞ୍ଚାଇବାରେ ବିଳମ୍ବ ହେଲେ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ।ତେଣୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅତିରିକ୍ତ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଲୋକେ ଦାବି କରୁଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0