।। ଆବାସିକ ପ୍ରଶିକ୍ଷଣ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନ ଶିବିର ଅନୁଷ୍ଠିତ ।।

Jan 19, 2026 - 16:33
 0  14
।। ଆବାସିକ ପ୍ରଶିକ୍ଷଣ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନ ଶିବିର ଅନୁଷ୍ଠିତ ।।

ମାଲକାନଗିରି :-୧୯/୨୬ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ବାଲିମେଳା ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ (ଏ-୧) ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ସ୍ବତନ୍ତ୍ର ଆବାସିକ ପ୍ରଶିକ୍ଷଣ ଜାନୁଆରୀ ୧୯ ତାରିଖ ରୁ ୨୪ ଜାନୁଆରି ପର୍ଯନ୍ତ୍ ହେବାକୁ ଥିବା ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନ ଶିବିର ଅନୁଷ୍ଠିତ । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବିତନ ଛାତ୍ର ଶ୍ରୀ ରାଜେନ୍ଦ୍ର କୁଲଦୀପ ସମ୍ମାନିତ ଅତିଥି ଭାବେ ଏମ.ଭି - ୨୭ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଜୟ କୁମାର ନାୟକ,ନୀଳାଦ୍ରିନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ଧର ଦାସ,ମଞ୍ଚଷିନ ଥିଲେ। ବାଲିମେଳା ଉଚ୍ଚ ବିଦ୍ୟାଳୟ, ନୀଳାଦ୍ରି ନଗର ଉଚ୍ଚ ବିଦ୍ୟାଳୟ, ତାରାଳକୋଟା ଉଚ୍ଚ ବିଦ୍ୟାଳୟ, ବାଲିମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚିତ୍ରକୋଣ୍ଡା ଉଚ୍ଚ ବିଦ୍ୟାଳୟ ରୁ ଅଭିଭାବକ ଓ ଆଶାୟୀ ଛାତ୍ର ଛାତ୍ରୀ ସମେତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।ଆୟୋଜିତ ସଭାକୁ ଶ୍ରୀ ଅଜୟ କୁମାର ନାୟକ ପରିଚାଳନା କରୁଥିବା ବେଳେ ସଭାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଜେନ୍ଦ୍ର ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ସଂପୂର୍ଣ୍ଣ ସହଯୋଗ ଓ ନିଜ ପୁଅ ଝିଅ ମାନଙ୍କୁ ଉତ୍ସାହ ଦେବାପାଇଁ ପରାମର୍ଶ ଦେଇଥିଲେ।ଶ୍ରୀ ଲକ୍ଷ୍ମୀଧର ଦାସ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ତରଫରୁ ଆଶାୟୀ ଛାତ୍ର ମାନଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ରହିବା ଓ ଛାତ୍ରୀ ମାନଙ୍କ ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ଆବାସିକ ଗୃହ ରେ ଅବସ୍ଥାପିତ କରିବା ପରେ ଅଭିଭାବକ ମାନଙ୍କ ନିକଟରୁ ସମତି ପତ୍ର ପ୍ରଦାନ କରାଯାଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ