।। ଆନ୍ତଃରାଜ୍ୟ ୬ ଦକାୟତ ଗିରଫ ।।

Jun 4, 2023 - 20:11
 0  67
।। ଆନ୍ତଃରାଜ୍ୟ ୬ ଦକାୟତ ଗିରଫ ।।

ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅମାନାରା ଗାଁ ର ମୋତିନ ବାଇ ସାହୁ ଦୋକାନ ଘର ଗ୍ରିଲ ତାଲା କାଟି ଘର ଭିତର କୁ ପଶି ଲାଲ ସଲାମ କହି ଭୟଭୀତ କରି ଡକାୟତି ଉଦ୍ୟମ କରିଥିଲେ । ଏନେଇ ଧରମବନ୍ଧା ଥାନାରେ ଅଭିଯୋଗ ହୋଇଥିଲା । ନୂଆପଡା ପୋଲିସ ଉକ୍ତ ଘଟଣାକୁ ନେଇ ଏକ ତଦନ୍ତ କରି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ । ସମ୍ପୃକ୍ତ ଡ଼କାୟତ ଘଟଣା ର ଫର୍ଦ୍ଧାଫାଶ କରିବା ସହ ୬ ଜଣ ଆନ୍ତଃରାଜ୍ୟ ଡକାୟତ ଦଳ କୁ ଗିରଫ କରିବା ରେ ସଫଳ ହୋଇଛି l ଏ ନେଉ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର l ଗିରଫ ହୋଇଥିବା ୬ ଜଣ ଦକାୟତ ହେଲେ ପଡୋଶୀ ଛତିଶଗଡ ଖଲ୍ଲାରୀ ଅଂଚଳ ର ମୁକେଶ ଯାଦବ,ଓମପ୍ରକାଶ ବରିହା,ମହାବୀର ଯାଦବ, ଉର୍କାରl ଅଂଚଳ ର ଦୀପକ ରାୟ, ଅବିନାଶ ସିଂ ଏବଂ ନୂଆପଡା ଜୋଙ୍କ ଥାନା ଅଂଚଳ ର ସୁନୀଲ ଚନ୍ଦ୍ରକାର ବୋଲି ଜଣାପଡିଛି l ଏଥିସହ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି, ଧରମବନ୍ଧା ଥାନା ଅମାନରା ଗାଁ ମୋତିନ ବାଇ ସାହୁ ଙ୍କ ଅଭିଯୋଗ କ୍ରମେ ଗତ ମଇ ୩0 ତାରିଖ ରାତ୍ର ପ୍ରାୟ ୩ ଘଣ୍ଟା ସମୟ ରେ ଗିରଫ ୬ ଜଣ ଡ଼କାୟତ ଆସି ତାଙ୍କ ଘରକୁ ଲାଗି ଥିବା ଦୋକାନ ର ଗ୍ରିଲ ଭାଙ୍ଗି ଲାଳସଲାମ କହି ଦୋକାନ ରୁ ଚାଉଳ, ତେଲ ଆଦି ମାଗି ଭୟଭୀତ କରି ଥିଲେ । ସେହି ସମୟ ରେ ତାଙ୍କ ପୁଅ ମାନେ ପହଞ୍ଚି ଯିବାରୁ ଘଟଣା ସ୍ଥଳରେ ଏକ ବାଇକ, ଏକ ମୋବାଇଲ ଓ ମାରଣାସ୍ତ୍ର ଛାଡି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇ ଥିଲା ଉକ୍ତ ଅଭିଯୋଗ କୁ ଭିତି କରି ଏକ ମାମଲା ରୁଜୁ କରି ଘଟଣା ର ତନାଘନା ତଦନ୍ତ ପରେ ଉକ୍ତ ଘଟଣା ର ଫର୍ଦ୍ଧାଫାଶ କରିବା ସହ ଏଥିରେ ସମ୍ପୃକ୍ତ ୬ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ତାଙ୍କ ଠାରୁ ଡକାୟତି ଘଟଣା ରେ ବ୍ୟବହୃତ ମାରଣାସ୍ତ୍ର ସହ ବାଇକ, ମୋବାଇଲ ଫୋନ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି l

ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ