ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଆଦି ସେବା କେନ୍ଦ୍ର ଶୁଭ ଉଦ୍ଘାଟନ
ନବରଙ୍ଗପୁର,(ରଞ୍ଜିତ ନାୟକ ) ତା: ୨୬.୦୯.୧୦୨୫ ରିଖ: ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅନ୍ତର୍ଗତ କୁକୁଡାବାଇ ଗ୍ରାମ ପଞ୍ଚାୟତ ଠାରେ କେନ୍ଦ୍ର ସରକାର ଙ୍କ ଆଦି କର୍ମଯୋଗି ଯୋଜନା "ଆଦି ସେବା ପର୍ବ "ଆନୁକୁଲ୍ୟ ରେ ଆଦି ସେବା କେନ୍ଦ୍ର ର ଶୁଭ ଉଦ୍ଘାଟନ କରିଛନ୍ତି ! 'ଆଦି ସେବା କେନ୍ଦ୍ର 'ଗ୍ରାମ ର ସମସ୍ୟାକୁ ଚିହ୍ନଟ ପୂର୍ବକ ତାର ସମାଧାନ କରିବାରେ ଓ ତାଙ୍କ ବିକାଶ ଦିଗରେ ବ୍ଲକ୍ ବିଭାଗୀୟ ଅଧିକାରୀ ଓ ଗୋଷ୍ଠୀ ଗତ ନେତୃତ୍ୱ, ଜନ ପ୍ରତିନିଧି ମିଳିତ ଭାବରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ! ଆଦିବାସୀ ଉନ୍ନୟନ ସଂସ୍ଥା,ସ୍ଵାସ୍ଥ୍ୟ,ମହିଳା ଓ ଶିଶୁ,ରାଜସ୍ବ,କୃଷି ଏଭଳି ବିଭାଗ ସ୍ୱମନ୍ନୟ ଭାବେ ଆଦି ସେବା କେନ୍ଦ୍ର ପାଇଁ କାର୍ଯ୍ୟ କରିବେ ! ଏହି ପରିପ୍ରେକ୍ଷିରେ ବରେଣ୍ୟ ଅତିଥି ଭାବରେ ରତ୍ନା ଜାନି,ସରପଞ୍ଚ , କୁକୁଡାବାଇ ଗ୍ରାମ ପଞ୍ଚାୟତ , ରାଜୀବ କୁମାର ସାହୁ , ପ୍ରକଳ୍ପ ପ୍ରଶାସକ, ସ୍ୱମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ,ନବରଙ୍ଗପୁର , ମନୋଜ କୁମାର ପାଣିଗ୍ରାହୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତେନ୍ତୁଳିଖୁଣ୍ଟି , ଜିତେନ୍ଦ୍ର ହରିଜନ ,ସମିତି ସଭ୍ୟ ,ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା ,ପ୍ରବୀଣ କୁମାର ପ୍ରଧାନୀ ,ପଞ୍ଚାୟତ ନିର୍ବାହୀ ଅଧିକାରୀ , କୁକୁଡ଼ାବାଇ ବ୍ଲକ ନୋଡାଲ ଅଧିକାରୀ ଜଗମୋହନ ମାଝୀ , ଗୋଷ୍ଠୀ ତାଲିମ ପ୍ରଶିକ୍ଷିକା ସୁଶ୍ରୀ କିରଣ ପ୍ରଧାନ ,ଆଶା କର୍ମୀ , ଅଙ୍ଗନବାଡି କର୍ମୀ ଓ ସମସ୍ତ ଗ୍ରାମ ପଂଚାୟତ ସ୍ଥରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0