ଆତ୍ମରକ୍ଷା ସୁରକ୍ଷା ତାଲିମ ଶିବିର ଉଦ୍ ଯାପିତ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା :୩୧.୦୧.୨୦୨୬ ରିଖ: ଶନିବାର ଟିର୍ଲିଆମ୍ ଗୁଡା ନିକଟସ୍ଥିତ ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନବରଙ୍ଗପୁର ଠାରେ ଆତ୍ମରକ୍ଷା ସୁରକ୍ଷା ତାଲିମ ଶିବିର ମହାବିଦ୍ୟାଳୟର ଅଧକ୍ଷ୍ଯ ଶ୍ରୀ ବିନୋଦ ବିହାରୀ ବେହେରାଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି ! ମୁଖ୍ଯ ଅତିଥି ଭାବରେ ନବରଙ୍ଗପୁର ଡିଏସପି ସାରୋଜ ପୁନୋମ କିସପାଟା, ଆଇସିଡିଏସ୍ ସିଡିପିଅ ମୀନତି ନାୟକ,ସମ୍ବାଦର ଜିଲ୍ଲା ପ୍ରତିନିଧି ସୁରେଶ ନାଇଡୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଶାରୀରିକ ମାନସିକ କ୍ଷେତ୍ରରେ ସୁସ୍ଥ ରହି ପାଇଥିବା କୌଶଳ ଗୁଡିକ ଦୈନଦିନ ଜୀବନ ରେ ବ୍ୟାବହାର ଉଦ୍ଦେଶ୍ଯରେ ଆଲୋକପାତ କରିଥିଲେ !ଆତ୍ମରକ୍ଷା ସୁରକ୍ଷା ତାଲିମ ଶିବିର ର ସଂଯୋଜିକ ସହକାରୀ ପ୍ରଫେସର ଦୁଲାରୀ କିସ୍କୁ ତାଲିମର ଟିପ୍ପଣୀ ଆଲୋକପାତ କରିଥିଲେ ଏବଂ ତାଲିମ ତା:୧୨/୦୧/୨୦୨୬ ରେ ଉଦଘାଟିତ ହୋଇ +୩ ପ୍ରଥମ ବର୍ଷ ଛାତ୍ରୀ ସର୍ବମୋଟ ୨୨୪ ଜଣ ୪ଗୋଟି ସମୂହରେ ବିଭକ୍ତ ହୋଇ ଦୀର୍ଘ ୮ ଦିନ ପର୍ୟ୍ଯନ୍ତ ଚାଲିଥିଲା ବୋଲି ସ୍ପଷ୍ଟ କରିଥିଲେ ! ତତସହିତ ପ୍ରଫେସର କିସ୍କୁ ଉପଯୁକ୍ତ ସମୟରେ ଉପଯୁକ୍ତ କୌଶଳ ଗୁଡିକ ର ବ୍ୟାବହାର ନିମନ୍ତେ ବାର୍ତ୍ତା ଉପସ୍ଥାପନ କରିଥିଲେ ! ଡାକ୍ତର ନୀଳକଣ୍ଠ ତ୍ରିପାଠୀ ଡାକ୍ତର ପପୁଷ୍ପାଞ୍ଜଳି ମହାରଣା, ଡାକ୍ତର ଅମୃତାଜ୍ୟୋତି ମହାନ୍ତି, ପଲ୍ଲବୀ ସାହୁ, ବିକ୍ରିମ ଭକ୍ତ, ଅଭିରାମ ମାଝୀ, ଡାକ୍ତର ସଂଯୁକ୍ତା ନାୟକ ଏବଂ ମହାବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଆଦି ଉପସ୍ଥିତ ରହି ସଭାଟିକୁ ସଫଳ ନିମନ୍ତେ ସହଯୋଗ କରିଥିଲେ ! ପରିଶେଷରେ ଜି ଜୟପ୍ରକାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରି ସଭା ଭଙ୍ଗ ହୋଇଥିଲା !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0