ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫-୨୬ ଉଦଯାପିତ

Jan 12, 2026 - 12:21
 0  6

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୧.୧.୨୦୨୬ ରିଖ : ଚଳିତ ୨୦୨୫-୨୬ ବର୍ଷ ପାଇଁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆଜି ମଣ୍ଡେଇ ପଡିଆ ନବରଙ୍ଗପୁର ଠାରେ ଉଦଯାପିତ ହୋଇଅଛି !ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ୱଜିତ ବର୍ମନ ଏବଂ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ! ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା ସ୍ୱାଗତ ଭାଷଣ ସହ ଆଜିର ଉଦଯାପନୀ ସଭାର ଶୁଭାରମ୍ଭ କରିଥିଲେ ! ଏହି ମେଳାରେ ସର୍ବମୋଟ ୪ କୋଟି ୫୦ ଲକ୍ଷ ଟଙ୍କାର ଯନ୍ତ୍ରପାତି ନିମନ୍ତେ ଆଗୁଆ ବୂକିଙ୍ଗ ହେବା ସହ ଚାଷୀ ମାନେ ୯୭ ଲକ୍ଷର ସରକାରୀ ରିହାତି ପାଇଛନ୍ତି ! ଜିଲ୍ଲାର ୧୦ ଜଣ ସଫଳ ଚାଷୀ, ୧୦ ଜଣ କୃଷି ଅଧିକାରୀ ଓ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନ୍ୟବର ବିଧାୟକ ମହୋଦୟ ଓ ଜିଲ୍ଲାପାଳ ମହୋଦୟ ମଞ୍ଚ ଉପରେ ସମ୍ମାନିତ କରିଥିଲେ ! ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ଶେଷରେ ଧନ୍ୟବାଦ ଜ୍ଞାପନ କରି ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ସମାପ୍ତ କରିଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ