।। ଅଶହାୟ ଅନାଥ ଯୁବକକୁ ବାହାଘର କଲେ ଗ୍ରାମ ବାସୀ ।।

Apr 1, 2024 - 15:03
 0  8
।। ଅଶହାୟ ଅନାଥ ଯୁବକକୁ ବାହାଘର କଲେ ଗ୍ରାମ ବାସୀ  ।।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବାରିଆ ପଡ଼ା ଗାଁ ର ବାପା ମା ଛେଉଣ୍ଡ ଅନାଥ ଯୁବକ ଙ୍କୁ ଆଜି ନିଜ ଆଦିବାସୀ ପରମ୍ପରା ରିତୀ ନୀତି ନିୟମ ଅନୁଯାୟୀ ପୂଜା ପାଠ କରି ଗାଁ ଲୋକ ମାନେ ବାହାଘର କରିଥିବା ଦେଖିବା କୁ ମିଳିଛି। କଥାରେ କହନ୍ତି ଯାହାର କିଏ ନାହିଁ ତାହା ପାଇଁ ଇଶ୍ଵର ଅଛନ୍ତି। ଖବର ନେବାରୁ ଯାହା ଜଣା ପଡ଼ିଛି ଯେ ବାପା ଓ ମାଆ ନିଜର ଏକ ମାତ୍ର ପ୍ରଥମ ସନ୍ତାନ କୁ ଜନ୍ମ ଦେବା ପରେ ଆର ପାରିକୁ ଚାଲି ଯାଇଥିଲେ, ଆଉ ଅନାଥ ହୋଇ ଯାଇଥିଲେ ନରେଶ। ପରେ ଗାଁ ଲୋକ ମାନଙ୍କ ସାହାଯ୍ୟରେ ଲାଳନ ପାଳନ ହୋଇ ବଞ୍ଚି ଆଜି ସେ ବଡ ହୋଇ ବାହା ହୋଇ ହାତକୁ ଦୁଇ ହାତ ହୋଇଯାଇଛନ୍ତି ଗରିବ ବେସାହାରା ବିଚାରା ନରେଶ କାଡ୍ରକା। ନରେଶ ବର୍ତ୍ତମାନ ଭଙ୍ଗା ଦଦରା ଚାଳ ଛପର କୁଡ଼ିଆ ଘରେ ରହି କୁଲି ମଞ୍ଜୁରୀ କରି ଜୀବନ କାଟୁଛନ୍ତି, ସମସ୍ତ ଙ୍କ ଭଳି ନା ମିଳିଛି ଖଣ୍ଡେ ଆବାସ ଗ୍ରୃହ,ନା ମିଳିଛି ସରକାର ଙ୍କ ତରଫରୁ ଆସୁଥିବା ଅସହାୟତା ଗରିବ କଲ୍ୟାଣ ଯୋଜନା ଭଳି ଅନେକ ଯୋଜନାରୁ ବଞ୍ଚିତ ହୋଇଛନ୍ତି ନରେଶ। ଏହି ଖଣ୍ଡିଏ ଆବାସ ଗ୍ରୃହ ପାଇଁ ପଂଚାୟତ ରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ନିଜର ଗୁହାରୀ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା କହିଛନ୍ତି। ବର୍ତ୍ତମାନ ବିବାହ ହୋଇ ଭଙ୍ଗା ଦଦରା ଘରେ ରହି କେମିତି ସଂସାରିକ ଜୀବନ ଯାପନ କଟାଇବେ ବୋଲି ଖ୍ୟୂଭ ପ୍ରକାଶ କରିବାସହ, ଗ୍ରାମ ବାସୀ ମାନେ ସରକାର ଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।ପଞ୍ଚାୟତ ବାସୀ ଏହି ବାହା ଘର କୁ ନେଇ ଅଞ୍ଚଳ ବାସୀ ଙ୍କ ମନରେ ଖୁସିର ଲୋହରୀ ଖେଳି ଯାଇଛି। ବାଇଟ-ନରେଶ କାଡ୍ରାକା(ବିବାହ ବର ) ବାଇଟ-କାମେଶରାଓ ପ୍ରାସ୍କା (ଗ୍ରାମବାସୀ)ରେଲି କାଡ୍ରାକା ଙ୍କ ବାଇଟ୍ ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ