।। ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରୟଗଡା ରେ ଆଧ୍ୟାତ୍ମିକ ପରିବେଶ ।।

Jan 23, 2024 - 05:54
 0  23
।। ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରୟଗଡା ରେ ଆଧ୍ୟାତ୍ମିକ ପରିବେଶ ।।

ଆଜି ପବିତ୍ର ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଛି। ସେହିପରି ରାୟଗଡ଼ା ସହରରେ ମଧ୍ୟ ଗେରୁଆ ମୟ ହୋଉଛି ପ୍ରତ୍ୟେକ ସ୍ଥାନରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପତାକା ଲଗାଯାଇ ସୁନ୍ଦର ଭାବେ ସୁସଜିତ କରାଯାଇଛି। ବିଶେଷକରି ସହରରେ ବିଭିନ୍ନ ଶ୍ରୀରାମ ମନ୍ଦିରରେ ଆଲୋକ ମାଳା ସହ ଗେରୁଆ ମୟ କରାଯାଇଛି। ପୁରୁଣା ରାମ ମନ୍ଦିର ଠାରୁ ଏକ ବିରାଟ ବାଇକ ରାଲି ବାହାରି ସହର ପରୀକ୍ରମା କରି ଶେଷରେ ବିଜୁ ପଟନାୟକ ମଣ୍ଡପ ଠାରେ ଶେଷ ହୋଇଥିଲା । ଏହି ପରିକ୍ରମା ରେ ଗୋଟିଏ ଡି.ଯେ ଗାଡି ସହ 1000 ରୁ ଉର୍ଧ ଲୋକ ଯୋଗଦାନ ଦେଇଥିଲେ ! ଏହି ବାଇକ ରାଲି ରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ସହ ବହୁ ସଂଖ୍ୟକ ଶ୍ରୀ ରାମଙ୍କ ଭୋକ୍ତ ଯୋଗଦାନ ଦେଇଥିଲେ ! ଚାରି ଆଡ଼େ ଜୟ ଶ୍ରୀରାମ ଧ୍ଵନିରେ ସହରପୁରା ରାମ ମୟ ହୋଇଥିଲା ! ତୋତ ସହ ବିଜୁ ପଟନାୟିକ କଲ୍ୟାଣ ମଣ୍ଡପ ଠାରେ ରାମନବମୀ ଉତ୍ସବ କମିଟି , ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା। ପ୍ରୋଜେକ୍ଟର ମାଧ୍ୟମରେ ଅଯୋଧ୍ୟାରୁ ସିଧା ପ୍ରସାରଣ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । ତତ ସହିତ ଅନ ପ୍ରସାଦ ସେଵନର ବ୍ୟବସ୍ତା ମଧ୍ୟ କରାଯାଇଥିଲା । ସେହିପରି ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ମୁନିଗୁଡ଼ା ଠାରେ ମୁନିଖୋଲ ହନୁମାନ ମନ୍ଦିର ଠାରୁ ଦୁବୈକୋଲୋନୀ ଷ୍ଠିତ ରାମମନ୍ଦିର ପର୍ଯ୍ୟନ୍ତ ସମସ୍ତେ ଭଗୁଆ ବସ୍ତ୍ର ଝଣ୍ଡା ଧରି ଡିଜେ ସାଉଣ୍ଡ ସହିତ ବାଣ ଫୁଟାଇବା ସହ ନାଚ ଗିତ କରି ସାନ୍ତି ଶୃଙ୍ଖଳା ସହିତ ସହର ପରିକ୍ରମା କରିବା ସହ ଶୋଭାଯାତ୍ରା କରି ଥିଲେ। ଏହି ଶୋଭା ଯାତ୍ରା ରେ ମୁନିଗୁଡ଼ା ଆଇ ଆଇ ସି ସୈଦାମିନୀ ବେହେରା ସେକେଣ୍ଡ ଅଫିସର ମନୋରଞ୍ଜନ ବିଶ୍ଵାଲ, ପ୍ରମୁଖ ସୁରକ୍ଷା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା।ଏହି ଶୋଭା ଯାତ୍ରା ରେ ବଜରଙ୍ଗଦଳ, ବିଶ୍ବହିନ୍ଦୁ ପରିଷଦ୍ ସହ ବହୁତ ଭଗବାନ ଶ୍ରୀରାମ ଙ୍କ ଭକ୍ତ ଗଣ ଯୋଗ ଦେଇଥିବା ବେଳେ ୩୦୦ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଯୋଗ ଦାନ ଦେଇଥିଲେ । ଏହି ଶୋଭା ଯାତ୍ରା ରେ ସଞ୍ଜୟ ଅଗ୍ରୱାଲ,ରତନ୍ ଲାଲ ଜୈନ୍,ନନ୍ଦ କିଶୋର ପଟ୍ଟନାଏକ, ଜଗର୍ନାଥ ନୁଣ୍ଡୃକା, ଚିନ୍ତା ମଣି ସାହୁ , ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରି ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ