ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଙ୍କ ଭୁବନେଶ୍ୱର ଗସ୍ତ

Sep 24, 2025 - 20:41
 0  25
ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଙ୍କ ଭୁବନେଶ୍ୱର ଗସ୍ତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୯.୨୦୨୫ ରିଖ: ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନ୍ତଜିଲ୍ଲା ଅନୁଭୂତି ସକାଶେ ପରିଦର୍ଶନ ଯିବାର ବ୍ୟବସ୍ଥା ଥିବାରୁ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଅଦ୍ଵିକା ଯୋଜନା ଅଧୀନରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା,ପାପଡ଼ାହାଣ୍ଡି, ଡ଼ାବୁଗାଁ,ଉମରକୋଟ ବ୍ଲକ୍ ର ୧୪ ବର୍ଷରୁ ୧୮ ବର୍ଷିଆ ୩୩ ଜଣ କିଶୋରୀ ବାଳିକା ଗତ କାଲି ତା: ୨୩.୦୯.୨୦୨୫ ସାନ୍ଧ୍ୟ ୬.୦୦ ଘଣ୍ଟା ସମୟରେ ରାଜଧାନୀ ଭୁବନେଶ୍ୱର କୁ ଗସ୍ତ କରିଛନ୍ତି !ରାଜଧାନୀକୁ ଗସ୍ତ ସମୟରେ ଜିଲ୍ଲାପାଳ ଡ. ମହେଶ୍ବର ସ୍ୱାଇଁ ମହୋଦୟ, ଉନ୍ମୋଚିତ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ବିଧାୟକ ନବରଙ୍ଗପୁର ଙ୍କ ପ୍ରତିନିଧି ଦେବଦାସ ମହାଙ୍କୁଡ,ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ,ନବରଙ୍ଗପୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ନବରଙ୍ଗପୁର ଉପସ୍ଥିତ ରହି କିଶୋରୀ ଯାତ୍ରୀଙ୍କୁ ପତକା ଦେଖାଇ ଶୁଭ ଯାତ୍ରାର ଶୁଭେଚ୍ଛା କାମନା କରିଥିଲେ ! ଏହି କିଶୋରିଙ୍କ ସୁରକ୍ଷା ଦାୟିତ୍ବରେ ଶ୍ରୀମତୀ ରୋମା ପଟ୍ଟନାୟକ, PO-CUM-PO, DISTRICT HUB FOR WOMEN EMPOWERMENT ରୁ କର୍ମ କର୍ତ୍ତା ଶ୍ରୀମତୀ ସସ୍ମିତା ପାତ୍ର, ପ୍ରୀତି କୁମାରୀ ବାଘ୍, ସୁମିତ୍ ରାଜ ମିଶନ ଗ୍ରାହାମ ଏବଂ ଚାରଟି ବ୍ଲକର ଚାରିଜଣ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ସାଙ୍ଗରେ ରହିଛନ୍ତି ! ରାଜଧାନୀ ଭୁବନେଶ୍ଵର ଠାରେ ବିଶ୍ବ ଦକ୍ଷତା କେନ୍ଦ୍ର, କଲିଙ୍ଗ ଷ୍ଟାଡିୟମ,ଭୁବନେଶ୍ୱର ଆଇ ଟି ଆଇ ପରିଦର୍ଶନ କରାଇ କିଶୋରୀ ମାନଙ୍କ ମଧ୍ୟରେ ସାବଲମ୍ବ ହେବାର ଆଗ୍ରହ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି ଗସ୍ତର ଆୟୋଜନ କରାଯାଇଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ