।।ଅଢେଇ ମାସ ହେଲା ନିଖୋଜ ଦାଦନ ଙ୍କ ପତା ମିଳୁନି ।।

Feb 15, 2024 - 17:27
 0  56
।।ଅଢେଇ ମାସ ହେଲା ନିଖୋଜ ଦାଦନ ଙ୍କ ପତା ମିଳୁନି ।।

ଲକ୍ଷ୍ମୀପୁର ୧୫/୦୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉପର କୁଟିଙ୍ଗା ପଞ୍ଚାୟତ ଅନ୍ତର୍ଗତ ତଳ କୁଟିଙ୍ଗା ଗ୍ରାମର ଭରତ ମିଣିଆକା ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ନେଇ ଲକ୍ଷ୍ମୀପୁର ଥାନାରେ ତାଙ୍କ ପିତା ଅନ୍ତ ମିଣିଆକା ଦୁଇ ମାସ ତଳେ ଲିଖିତ ଅଭିଯୋଗ କରିଥିଲେ।ହେଲେ ଏହି ଘଟଣାକୁ ଏବେ ଅଢେଇ ମାସ ବିତିବାକୁ ଗଲାଣି ତଥାପି ଏଯାଏଁ ଭରତର କୌଣସି ଖୋଜ ଖବର ମିଳିନି।ତଥାପି ଶ୍ରମ ବିଭାଗ ପୁରା ନିଷ୍କଳଙ୍କ ଭାବେ ଚୁପ୍ ବସି ପଡ଼ିଥିବା ବେଳେ ପୋଲିସ ବିଭାଗ ମଧ୍ୟ ଏଥି ପ୍ରତି କୌଣସି ଗୁରୁତ୍ଵ ଦେଉ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଲକ୍ଷ୍ମୀପୁର ବ୍ଲକ୍ ରେ ଲୋକଙ୍କୁ ଦୈନିକ ରୋଜଗାର ମିଳୁ ନଥିବାରୁ ଗରିବ ଖଟିଖିଆ ଆଦିବାସୀ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟ ଜିବା ପାଇଁ ବାଧ୍ୟ ହେଉଛନ୍ତି।ଯଦି କିଛି ସେଠାରେ ଅଘଟଣ ହେଉଚି ତେବେ ଶ୍ରମ ବିଭାଗ ଚୁପ୍ ବସି ପଡୁଛି।ପୋଲିସ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁ,ଏଇ ଭଳି ଏକ ଘଟଣା ର ଶିକାର ହୋଇ ନିଖୋଜ ଥିବା ଆଦିବାସୀ ଯୁବକ ଭରତ ପ୍ରତି କାହାରି ଦୟା ନାହିଁ,ଭରତଙ୍କ ପରିବାର ପୁଅର ଫେରିବା ବାଟକୁ ଚାହିଁ ଦିନ ରାତି ଲୁହ ଗଡ଼ାଇ ଚାଲୁଥିଲେବି ପ୍ରଶାସନର ନଜର ପଡୁନି।ପ୍ରକାଶ ଥାଉକି ତଳ କୁଟିଙ୍ଗା ଗ୍ରାମର ଅନ୍ତ ମିଣିଆକା ଙ୍କ ସାନ ପୁଅ ଭରତ ମିଣିଆକା (୨୪) ଅଭାବ ଅନାଟନରେ ପଡ଼ି ଦାଦନ ଖଟିବାକୁ ଛଅ ମାସ ତଳେ ନିଜ ଗ୍ରାମରୁ ଜାଇ ବିଶାଖାପାଟଣାର ଏକ ଚିଙ୍ଗୁଡ଼ି କମ୍ପାନୀରେ ନିଯୁକ୍ତି ପାଇଥିଲେ।ସେଠାରେ ଆଠ ଘଣ୍ଟା ଜାଗାରେ ଏଗାର ଘଣ୍ଟା କାମ କରିବାକୁ ମାଲିକ ବାଧ୍ୟ କରୁଥିବା ଦେଖି ସେଠାରୁ କାମ ଛାଡ଼ି ଅନ୍ୟ ଏକ କମ୍ପାନୀରେ ନିଯୁକ୍ତି ହେଲେ।ସେଠାରେ ତାଙ୍କ ଗ୍ରାମର ଜଣେ ସାଙ୍ଗ ସହ ମିଶି କିଛି ଦିନ ଧରି କାମ କଲା ପରେ ପୁଣି ସେଠାରୁ ତାଙ୍କ ସାଙ୍ଗ ସହ ଦୁହେଁ କାମ ଛାଡ଼ି ହାଇଦ୍ରାବାଦ ଜାଇ ସେଠାକାର ଏକ କାବେରୀ ରେଷ୍ଟୁରାଣ୍ଟ ରେ କାମ କଲେ।ହେଲେ ସେଠି ଏକ ମାସ ଧରି କାମ କାମ କରିବା ପରେ ଘରେ ତାଙ୍କ ବାପାଙ୍କ ଦେହ ଖରାପ ଥିବା ଖବର ଶୁଣି ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ। ହାଇଦ୍ରାବାଦରୁ ଏକ ଟ୍ରେନ ଯୋଗେ ସିଏ ବିଶାଖାପାଟଣାରେ ଓହ୍ଲାଇବା ପରେ ତାଙ୍କ ସାଙ୍ଗକୁ ଫୋନ୍ କରି ଜଣାଇଥିଲେ।ସେଠାରୁ ଅନ୍ୟ ଏକ ଟ୍ରେନ ଧରି ରାୟଗଡାରେ ପହଞ୍ଚି ଲକ୍ଷ୍ମୀପୁର ଆସି ଥାନ୍ତେ।ହେଲେ ସେହି ଦିନ ଠାରୁ ସିଏ ନିଖୋଜ ଅଛନ୍ତି। ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବପର ନହେବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନି।ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ ଯୁବକଙ୍କୁ ଖୋଜି ଆଣିବା ସହ ଏହି ଭଳି ଦାଦନ ଚାଲାଣ ଉପରେ ରୋକ୍ ଲଗାଇବାକୁ ସାଧାରଣରେ ଦାବି ହୋଇଛି।

 ଲଷ୍ମୀପୁର ରୁ ପ୍ରମଦ କୁମାର ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ