MSCB University Press Release:ପ୍ରେସ୍‌ ବିଜ୍ଞପ୍ତି

Nov 18, 2024 - 19:35
 0  21
MSCB University Press Release:ପ୍ରେସ୍‌ ବିଜ୍ଞପ୍ତି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୯-୧୧-୨୦୨୪ ଠାରୁ ୨୩-୧୧-୨୦୨୪ ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବ ଭାରତର ୬୪ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୯୦୦ ଜଣ ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ ଏଥିରେ ଭାଗନେବେ । ଓଡ଼ିଶାରୁ ୧୩ଟି, ଛତିଶଗଡ଼ରୁ ୧୦ଟି, ପଶ୍ଚିମବଙ୍ଗରୁ ୯ଟି, ବିହାରରୁ ୧୦ଟି, ଉତ୍ତର ପ୍ରଦେଶରୁ ୬ଟି, ଝାଡ଼ଖଣ୍ଡରୁ ୭ଟି, ମଣିପୁରରୁ ୨ଟି, ଆସାମରୁ ୩ଟି, ତ୍ରିପୁରାରୁ ୨ଟି, ମିଜୋରାମରୁ ଓ ସିକିମରୁ ଗୋଟିଏ ବିଶ୍ୱବିଦ୍ୟାଳୟ ଏଥିରେ ଭାଗନେଉଛନ୍ତି । । ଏହି କ୍ରୀଡ଼ା ମହାକୁମ୍ଭର ପ୍ରସ୍ତୁତି ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାରିପଦା ତଥା ବିଶ୍ୱବିଦ୍ୟାଳୟରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିବାକୁ ଯାଉଥିବାରୁ ଛାତ୍ରଛାତ୍ରୀଗଣ ଓ କ୍ରୀଡ଼ାପ୍ରେମୀଗଣ ବେଶ୍‌ ଉତ୍ସାହିତ ଅଛନ୍ତି । ଏହା ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟ ଦୁଇଥର ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଆୟୋଜିତ କରିସାରିଛି । ଏହି କ୍ରୀଡ଼ା ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ର. ପ୍ରଭଞ୍ଜନ ମଲ୍ଲିକ, ଉପ-ନିର୍ଦ୍ଦେଶକ ଡ. ଶିଶିର ବେହେରା ଓ କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଖେଳ ଶିକ୍ଷକ, ଖେଳାଳୀଗଣ, ମୟୂରଭଞ୍ଜର ଜନସାଧାରଣ, ଜିଲ୍ଲାର ସମସ୍ତ ଅଧିକାରୀ, ଖେଳପ୍ରେମୀ ।

 ମୟୂରଭଞ୍ଜ, ବାରିପଦା ରୁ-ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ