।। ୬୩୦ କେଜି ଗଞ୍ଜେଇ ସହ ଜଣେ ଗିରଫ:ଟିଟିଲାଗଡ ଅବକାରୀ ବିଭାଗ କୁ ବଡ଼ ସଫଳତା ।।

Jun 6, 2023 - 15:37
 0  31
।। ୬୩୦ କେଜି ଗଞ୍ଜେଇ ସହ ଜଣେ ଗିରଫ:ଟିଟିଲାଗଡ ଅବକାରୀ ବିଭାଗ କୁ ବଡ଼ ସଫଳତା ।।

ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ ନିକଟସ୍ଥ ଫପସୀ ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଟିଟିଲାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା ବଙ୍ଗୋମୁଣ୍ଡା ଅବକାରୀ ବିଭାଗ,ମୋବାଇଲ ଟିମ ଓ ଟିଟିଲାଗଡ଼ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ବଡ଼ମାଲ ଗୋଲାବାରୁଦ କାରଖାନା ନିକଟସ୍ଥ ଫପସୀ ଭିୟାପି ଛକ ସ୍ଥିତ ଘନଶ୍ୟାମ ଜେନା ଙ୍କ ଅସ୍ଥାଇ ଘରରୁ ବିପୁଳ ପରିମାଣରେ ଟିଟିଲାଗଡ଼ ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଛି l ଦୀର୍ଘ ଦିନ ହେବ ଏହି ବ୍ୟକ୍ତି ଜଣକ ଗଞ୍ଜେଇ ଚୋରା ଚାଲାଣ କରିଥିବା ବେଲେ ଅବକାରୀ ବିଭାଗ ପାଖରେ ଖବର ନ ଥିଲା କିନ୍ତୁ ଆଜି ବଡ଼ ସଫଳତା ହାସଲ କରି ଗଞ୍ଜେଇ ମାଫିଆ ଘନଶ୍ୟାମ କୁ ଗିରଫ କରି ତଦନ୍ତ ଜାରି ରଖିଛି l ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଷ୍ଟର ମାଇଣ୍ଡ କିଏ ତାହା ବର୍ତମାନ ସୁଦ୍ଧା ଜଣାପଡି ନାହିଁ ମୋବାଇଲ୍ ଟିମ୍ ହେଲେ,, ସରୋଜ କୁମାର ପରିଡ଼ା ଅଧିକାରୀ ବଲାଙ୍ଗିର, ଆଶିଷ ବେହେରା ଓ ଆଇ ସି ଟିଟିଲାଗଡ, ସୁମିତ୍ କୁମାର ସାହୁ ଓ ଏସ ଆଇ, ବଙ୍ଗୋ ମୁଣ୍ଡା, ସମିର ରଞ୍ଜନ ଭୋଇ ,ଏ ଏସ ଆଇ, ଯତୀନ କୁମାର ଦୀପ, ଜୟକାନ୍ତ୍ ଯୋଷି,ଏ ଏସ ଆଇ କୁମୁଦିନୀ ମାଲିକ । 

 ଟିଟିଲାଗଡ଼ ରୁ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ