।। ୪୪ ତମ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହେଲା ।।
ତାରିଖ: ୦୬/୦୪/୨୦୨୪. ସ୍ଥାନ: ଟିଟିଲାଗଡ Anchor: ଆଜି ହେଉଛି ବିଜେପିର ୪୪ ତମ ପ୍ରତିଷ୍ଠା ଦିବସ। ଆଜିର ଦିନରେ ପ୍ରତିଷ୍ଠା ହୋଇଥଲା ଭାରତୀୟ ଜାତୀୟ ଜନତା ପାର୍ଟି। ଆଜି ଦଲ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟଜନ ହୋଇଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟଳୟରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ସେହିପରି ଆଜି ସମାନ ଭାବରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାନସଭା ନିର୍ବାଚନୀ ମଣ୍ଡଳରେ ପାଳିତ ହୋଇଯାଇଛି ବିଜେପି ପ୍ରତିଷ୍ଠା ଦିବସ। ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ, ପୌର ପରିଷଦ ଅଧ୍ୟକ୍ଷା ମମତା ଜୈନ ସହ ଅନେକ ବରିଷ୍ଠ ନେତା ସାମିଲ୍ ହେଇଥିଲେ। ୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । କଂଗ୍ରେସ ବିରୋଧରେ ଦେଶରେ ଗଢ଼ି ଉଠିଥିବା ରାଜନୈତିକ ଶକ୍ତି ଭାବେ ଭାରତୀୟ ଜନସଂଘର ଜନ୍ମ ହୋଇଥିଲା । ପରେ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଜନସଂଘ ନେଇଥିଲା ଭାରତୀୟ ଜନତା ପାର୍ଟିର ରୂପ । ମାତ୍ର ୨ଟି ସାଂସଦ ଥିବା ଦଳ ଆଜି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ରୂପ ନେଇଛି । ୨୦୧୪ ପରେ ବିଜେପିକୁ ମିଳିଛି ବଡ଼ ସଫଳତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ଲଗାତର ଦୁଇ ଥର ଦେଶରେ ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିଛି ।
ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0