।। ୨୩ରେ ଏଚଏଲଏ ଶିବିର ।।

Jan 18, 2024 - 20:29
 0  35
।। ୨୩ରେ ଏଚଏଲଏ ଶିବିର ।।

ନୂଆପଡା ଜ଼ିଲ୍ଲା ଖରିଆର ରୋଡ ସ୍ତିତ ଅଗ୍ରେସନ ଭବନରେ ମାରୱାଡି ଯୁବା ମଞ୍ଚ ଜାଗୃତି ଶାଖା ପକ୍ଷରୁ ଥାଲାସେମିଆ ଓ ବଡ ସିକ୍ଲି ରୋଗୀଙ୍କ ପାଇଁ ଏଚଏଲଏ (ମାନବ ଲ୍ୟୁକୋସାଇଟ ଆଣ୍ଟିଜେନ) ଶିବିର ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଜାଗୃତି ଶାଖା ସଂଯୋଜକ ରଚନା ଜୈନ ଏହି ସୂଚନା ଦେଇଛନ୍ତି । ମୁମ୍ବାଇର ଡା. ଶାନ୍ତନୁ ସେନ ଓ ବିଏମଟି ସଂଯୋଜକ ଜ୍ୟୋତି ଟଣ୍ଡନଙ୍କ ନେତୃତ୍ଵରେ ଥାଲାସେମିଆ ଓ ବଡ ସିକ୍ଲ ରୋଗୀଙ୍କ ପାଇଁ ଏଚଏଲଏ (ମାନବ ମ୍ୟୁକୋସାଇଟ ଆଣ୍ଟିଜେନ) ଶିବିର ଆୟୋଜିତ ହେବ । ଶହେ ପ୍ରତିଶତ ଏଚଏଲଏ ମ୍ୟାଚ କରୁଥିବା ପିଲାମାନଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ ମୁମ୍ବାଇ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ମାଗଣାରେ କରାଯିବ । ୧୧ ବର୍ଷରୁ କମ ପିଲାମାନେ ପରୀକ୍ଷା କରି ପାରିବେ । ରୋଗୀଙ୍କୁ ତାଙ୍କ ପିତାମାତା ଓ ଭାଇଭଉଣୀଙ୍କ ଆଧାର କାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ଆବଶ୍ୟକ। ପିଲାମାନଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଶିବିରରେ ଆସି ନାମ ପଞ୍ଜୀକରଣ କରନ୍ତୁ ନ ହେଲେ ଅନଲାଇନରେ ନାମ ପଞ୍ଜୀକରଣ କରି ପାରିବେ । ପଞ୍ଜିକରଣରେ ଦୁଇଟି ସକ୍ରିୟ ମୋବାଇଲ ନମ୍ବର ଅତି ଆବଶ୍ୟକ ଅଟେ । ଏହି ସମୟରେ ମାରୱାଡି ଯୁବା ମଞ୍ଚ ଖରିଆର ରୋଡ ଜାଗୃତି ଶାଖା ସଭାନେତ୍ରୀ ସନ୍ତୋଷ ଅଗ୍ରୱାଲ, ସମ୍ପାଦିକା ରିଚା ଅଗ୍ରୱାଲ, ଉପସଭାନେତ୍ରୀ କାନ୍ତl ଜୈନ, ସହସମ୍ପାଦିକା ଜ୍ୟୋତି ଅଗ୍ରୱାଲ, କୋଷାଧ୍ୟକ୍ଷା ସୁମନ ଜୈନ, ସସ୍ମିତା ଅଗ୍ରୱାଲ, ସଙ୍ଗିତା ଅଗ୍ରୱାଲ, ରେଣୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ