୧୯ ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବରେ ଯୋଗଦେବେ ବାରିପଦାର ଦୀପକ

Jun 12, 2026 - 18:16
 0  4
୧୯ ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବରେ ଯୋଗଦେବେ ବାରିପଦାର ଦୀପକ

ବାରିପଦା - ତା :-୧୨/୦୬/୨୦୨୬ ରିଖ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ - ୨୦୨୬ ରେ ଜଣେ ବକ୍ତା ଭାବେ ଯୋଗଦେବେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଚଳଚିତ୍ର ନିର୍ମାତା ତଥା ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚିତ୍ର ଉତ୍ସବର ନିର୍ଦ୍ଦେଶକ ଦୀପକ କୁମାର ବେଶ୍ରା I ଏହି ଉତ୍ସବରେ ଏକ ବିଶେଷ ରାଉଣ୍ଡ ଟେବଲ ବୈଠକରେ ବକ୍ତା ଭାବେ ଯୋଗଦେବା ପାଇଁ ଏନ ଏଫ ଡି ସି ପକ୍ଷରୁ ଆମନ୍ତ୍ରଣ ପାଇବାରେ ସେ ପ୍ରଥମ ମୟୁରଭଂଜିଆ I ଏହି ଉତ୍ସବ ଅବସରରେ ଚଳିତ ମାସ ୧୮ ତାରିଖ ଦିନ "ଚଳଚିତ୍ର ଉତ୍ସବରେ ବିବିଧତା, ଆଞ୍ଚଳିକ ସିନେମା ଓ ବିଶ୍ୱ ଚଳଚିତ୍ର ଉତ୍ସବ ପରିବେଶ" ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବବୋଲି ଶ୍ରୀ ବେଶ୍ରା ଜଣାଇଛନ୍ତି I ପ୍ରକାଶ ଥାଉକି ଶ୍ରୀ ବେଶ୍ରା ଜଣେ ପ୍ରତିଷ୍ଠିତ ଆଦିବାସୀ ଚଳଚିତ୍ର ଓ ଡକ୍ୟୁ୍ମେଣ୍ଟ୍ରି ଫିଲ୍ମ ନିର୍ମାତା I ତାଙ୍କ ନିର୍ମିତ ଚଳଚିତ୍ର "ପପେୟା" ଓ "ମୋହତ" ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି I ସାନ୍ତାଳୀ ସିନେମାର ବିକାଶ ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି I ଆଧୁନିକ କାହାଣୀ ପାଇଁ ମଞ୍ଚ ଯୋଗାଇବା, ବିଦ୍ୟାଳୟ ଓ ଗ୍ରାମସମୂହ ଙ୍କ ମଧ୍ୟରେ ଫିଲ୍ମ ସ୍କ୍ରିନିଙ୍ଗ ଓ ଫିଲ୍ମ ନିର୍ମାଣ କର୍ମଶାଳା ଆୟୋଜନ କରି ଯୁବପୀଢ଼ିଙ୍କୁ ଚଳଚିତ୍ର ପ୍ରତି ଆଗ୍ରହୀ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ I ମୁମ୍ବାଇ ଉତ୍ସବରେ ତାଙ୍କର ଯୋଗଦାନ ଜିଲ୍ଲା, ରାଜ୍ୟ ତଥା ସାନ୍ତାଳୀ ଓ ଆଦିବାସୀ ସିନେମା ଜଗତ ପାଇଁ ଏକ ଗୌରବର ବିଷୟ ବୋଲି ତାଙ୍କ ପ୍ରଶଂସକ ମାନେ ପ୍ରକାଶ କରିବା ସହ ଅଭିନନ୍ଦନ ଜଣାଇଛନ୍ତି I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 2
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ