ସେଙ୍ଗେଲ ଅଭିଯାନ ପକ୍ଷରୁ ସମାଜ ସୁଧାର ଏବଂ ସାର୍ନା ଧର୍ମ ସମ୍ମିଳନୀ
ବାରିପଦା ତା 23/11(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଆଦିବାସୀ ସେଙ୍ଗେଲ ଅଭିଯାନର ପ୍ରଦେଶ ପାର୍ଗାନା ସହ ବାରିପଦା ଜୋନାଲ ସଭାପତି ନାରାନ ମୁର୍ମୁଙ୍କ ସଭାପତିତ୍ବରେ ମୟୁରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭବନ ଠାରେ ସମାଜ ସୁଧାର ସହିତ ସାର୍ନା ଧର୍ମ ଏକତା ପାଇଁ ସେଙ୍ଗେଲ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସମ୍ମିଳନୀରେ ସେଙ୍ଗେଲ ଦିଶୋମ ପାର୍ଗାନା ସୁନାରାମ ସୋରେନ ମୁଖ୍ଯ ଅତିଥି, କେନ୍ଦ୍ରୀୟ ସେଙ୍ଗେଲ ସଂଯୋଜକ ବୁଢାନ ମାର୍ଣ୍ଡି, ସେଙ୍ଗେଲ ରାଜ୍ୟ ସଭାପତି ନରେନ୍ଦ୍ର ହେମ୍ବ୍ରମ, ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ମାଲହ ମାର୍ଣ୍ଡି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଦିବାସୀ ମାନଙ୍କର ଏକତା ଏବଂ ଆଦିବାସୀ ସମାଜକୁ ବଞ୍ଚାଇବାକୁ ହେଲେ ସମାଜର ପରମ୍ପରା ନାମରେ ନିଶାଦ୍ରବ୍ୟକୁ ବହିଷ୍କାର, ଅନ୍ଧବିଶ୍ୱାସ ଓ ସାମାଜିକ ବାସନ୍ଦ ଏବଂ ମନଇଚ୍ଛା ଜରିମାନା ଆଦାୟକୁ ବନ୍ଦ କରିବା, ମହିଳା ସଶକ୍ତିକରଣ ସହିତ ସ୍ୱଶାସନ ବ୍ୟବସ୍ଥାରେ ଜନତାନ୍ତ୍ରିକ ସୁଧାର ଆଣିବା ନିତାନ୍ତ ଆବଶ୍ୟକ ଏବଂ ପ୍ରକୃତି ପୂଜକ ଆଦିବାସୀ ମାନଙ୍କର ସାର୍ନା ଧର୍ମକୋଡ଼ ଲାଗୁ କରାଇବାକୁ ପଡିବ ବୋଲି କହିଛନ୍ତି. ସମ୍ମିଳନୀରେ ସେଙ୍ଗେଲ ମାଝୀ-ପାର୍ଗାନା ମାଡୱାର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, ଜିଲ୍ଲା ଯୁବା ସଭାପତି ଉଦୟନାଥ ହେମ୍ବ୍ରମ, ଜୋନାଲ ସାର୍ନା ଧରମ ସଭାପତି ଚୈତନ୍ୟ ହେମ୍ବ୍ରମ, ମହିଳା ମୋର୍ଚ୍ଚା ବାରିପଦା ଜୋନାଲ ସଭାପତି ପାନମଣି ହେମ୍ବ୍ରମ, ଝାରଖଣ୍ଡ ରାଜ୍ୟରୁ ଚୁଡ଼ାମଣି ସୋରେନ ପ୍ରମୁଖ ଶତାଧିକ ନେତାମାନେ ଉପସ୍ଥିତ ଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0