ସୃଷ୍ଟି କଳାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚିତ୍ରକଳା କାର୍ଯ୍ୟକ୍ରମ
ବାରିପଦା - ତା :- ୦୯/୦୨/୨୦୨୬ ରିଖ ବାରିପଦା ନିକଟସ୍ଥ ମଞ୍ଚବନ୍ଧା ଆମ୍ବବାଗାନ ପରିସରରେ ସୃଷ୍ଟି କଳାକେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ ଅବସରରେ କୁନିକୁନି ଶିଶୁମାନଙ୍କୁ ନେଇ ଏକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି। କଳାକେନ୍ଦ୍ରର ପ୍ରତିଷ୍ଠାତ୍ରୀ ସ୍ମତୀ ନିବେଦିତା ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ଏବଂ ସଦସ୍ୟା ଅନିମା ମିଶ୍ର, ରାକେଶ ମହାନ୍ତ, ସୁମାଲି ମୁର୍ମୁ, ପ୍ରଭାସ ମହାନ୍ତ ଶିଶୁମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ, ନାଟ୍ୟବ୍ୟକ୍ତିତ୍ୱ ଓ ଶିକ୍ଷକ ସୋମନାଥ ସିଂହ ଏବଂ ସମ୍ମାନିତ ଅତିଥି ଭାବେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡିଭେଲପମେଣ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପ୍ରାକୃତିକ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୋମଳମତୀ ଶିଶୁର ସୃଜନଶକ୍ତିର ବିକାଶରେ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସୁମୀ ହାଁସଦା ବେଶ୍ରା ଓ ପ୍ରତୁଷ ମହାନ୍ତ ଉପସ୍ଥିତ ରହି ଶିଶୁମାନଙ୍କୁ କଳା, ସୃଜନଶୀଳତା ଓ ସାଂସ୍କୃତିକ ଚେତନା ପ୍ରତି ଆଗ୍ରହୀ କରିବା ଉପରେ ମତ ପ୍ରକାଶ କରିଥିଲେ। ଶିଶୁମାନେ ରଙ୍ଗ ଓ ତୂଳୀରେ ନିଜ ସୃଜନଶୀଳତାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ। ଏପରି କାର୍ଯ୍ୟକ୍ରମ ଶିଶୁମାନଙ୍କୁ ମୋବାଇଲ ଠାରୁ ଦୁରେଇ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ I ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଚାରାଗଛ ପ୍ରଦାନ କରାଯିବା ସହ ତାର ଉପଯୁକ୍ତ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା I
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0