ସି. ପି ଏ ମ୍ ହାଇସ୍କୁଲ ରେ ୭୫ ତମ ସମ୍ବିଧାନ ଦିବସ ପାଳିତ

Nov 27, 2024 - 17:19
 0  14
ସି. ପି ଏ ମ୍ ହାଇସ୍କୁଲ ରେ ୭୫ ତମ ସମ୍ବିଧାନ ଦିବସ ପାଳିତ

ସାରସକଣା, ୨୬/୧୧/୨୦୨୪ ରିଖ, ସାରସକଣା ବ୍ଲକ ଅନ୍ତର୍ଗତ ପଡାସିଆ ଗ୍ରାମ ରେ ଥିବା ସି.ପିଏମ୍ ହାଇସ୍କୁଲ ରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସ କୁ ଜିଲ୍ଲା ର ଅଗ୍ରଣୀ ସେଚ୍ଛାସେବୀ ସଂଗଠନ " ଆଦିବାସୀ ଓ ମହିଳା ଉନ୍ନୟନ ସୋଷାଇଟୀ" ଏବଂ ଭାରତ ସରକାରଙ୍କ ନେହେରୁ ଯୁବ କେନ୍ଦ୍ର , ମୟୂରଭଞ୍ଜ, ବାରିପଦା ର ମିଳିତ ସହଯୋଗ ରେ ଉକ୍ତ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଡ. ବାବା ସାହେବ୍ ଆମ୍ବେଦକର ଙ୍କ ଫୋଟ ଚିତ୍ର ରେ ମ।ଲ୍ୟପ୍ରଣ କରି ପଦ ଯାତ୍ରା ଆରମ୍ଭ ହୋଇଥିଲା। ଗ୍ରାମ ପରିକ୍ରମା ପରେ, ଶପଥ ପାଠ କରାଯାଇଥିଲା। ପରେ ପରେ ସଂସ୍ଥା ର ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ଶତପଥୀ ଙ୍କ ଦ୍ଵାରା ପ୍ରାରମ୍ଭିକ ଭାଷଣ ଦେଇ ସମ୍ବିଧାନ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ପରେ ପରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍କୁଲ ର ଚେୟାରମେନ ଶ୍ରୀଯୁକ୍ତ ନିରଷ୍ଟି ବେହେରା ସମ୍ବିଧାନ କଣ, ଏହା କେବେ କାର୍ଯକାରୀ ହୋଇଥିଲା, ସମ୍ବିଧାନ ର ପ୍ରଣେତ। କିଏ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟ ଶିକ୍ଷକ ମାନେ କାଳୀପଦ ପାଲ, ସୁନିଲ କୁମାର ସାହୁ, ପାତ୍ର ସାର ତଥା ବିଜ୍ଞାନ ଶିକ୍ଷକ ସମ୍ୟକ୍ ଆଲୋଚନା କରିଥିଲେ। ରିସୋର୍ସ ପର୍ସନ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତ ପ୍ରତ୍ୟକ୍ଷ ଭାବେ ଆଲୋଚନା ରେ ଜଡିତ ଥିଲେ। ସଭାକାର୍ଯ୍ୟ ପରେ ପରେ କ୍ରୀଡା ଶିକ୍ଷକ ଉମାରଞ୍ଜନ ମହାନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ବିଧାନ ଦିବସ ର ତାତ୍ପର୍ଯ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଭାବେ ତିନି ଜଣ ମନୋନୀତ ହୋଇଥିଲେ। ସେମାନଙ୍କୁ ସଂସ୍ଥା ତରଫରୁ ପୁରସ୍କାର ଏବଂ ସ।ର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସଂସ୍ଥା ର ଅଫିସ୍ ସହାୟକ ବଦ୍ରିସ କୁମାର ଗିରି ଆୟୋଜନ ରେ ସାହାଯ୍ୟ କରିଥିଲେ। ସଭାକାର୍ଯ୍ୟ କୁ ପ୍ରଧାନ ଶିକ୍ଷକ ସାଙ୍ଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ