।। ସାରଦୀୟ ଦୁର୍ଗାପୂଜା ପାଇଁ ପୋଖରୀବନ୍ଧରେ ଭବ୍ୟ କଳସଯାତ୍ରା ତିନିଶହରୁ ଉର୍ଦ୍ଧ ମହିଳା କଳସଯାତ୍ରାରେ ହେଲେ ସାମିଲ ।।

Oct 11, 2024 - 05:40
 0  5
।। ସାରଦୀୟ ଦୁର୍ଗାପୂଜା ପାଇଁ ପୋଖରୀବନ୍ଧରେ ଭବ୍ୟ କଳସଯାତ୍ରା  ତିନିଶହରୁ ଉର୍ଦ୍ଧ ମହିଳା କଳସଯାତ୍ରାରେ ହେଲେ ସାମିଲ ।।

ଲାଞ୍ଜିଗଡ (ଫାଷ୍ଟ ନ୍ୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିଛି ଶାରଦୀୟ ଦୁର୍ଗା ପୂଜା କେତେକ ସ୍ଥାନରେ ପୂଜାର୍ଚନ କାର୍ଯ୍ୟକ୍ରମ 9 ଦିନ ବ୍ୟପି ଅନୁଷ୍ଠିତ ହେଉଥିବା ଆଉ କେତେକ ସ୍ଥାନରେ ଆଜି ଅର୍ଥାତ ଷଷ୍ଠି ରୁ ଅଧିବାସ ଏବଂ ସପ୍ତମୀ ରୁ ପୂଜା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି l ସେହିବୋଲି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ପୋଖରୀବନ୍ଧ ରେ ସାର୍ବଜନନୀ ଦୁର୍ଗାପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ଦୁର୍ଗା ପୂଜାରେ ଆଜି ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ କରାଯାଇଥିବା ଦେଖିବାକୁ ମିଳିଛି l ଲାଞ୍ଜିଗଡ ବୋଲି ଉପାନ୍ତ ଅଞ୍ଚଳରେ ଭିବି ନ୍ନ ସ୍ଥାନରେ ମଧ୍ୟ୍ୟ ବଡ଼ ଧୂମାଧମରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଲିଛି l ଠିକ ସେହିପରି ଭାବେ ପୋଖରୀବନ୍ଧ ରେ ମଧ୍ୟ୍ୟ ଶାରଦୀୟ ଦୁର୍ଗାପୂଜା ମହା ଆଡମ୍ବର ରେ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି l ଦୁର୍ଗାପୂଜା ପାଇଁ ଆଜି ଭବ୍ୟ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି 300 ରୁ ଉର୍ଦ୍ଧ ମହିଳା ଉକ୍ତ କଲସ ଯାତ୍ରାରେ ସାମିଲ ହୋଇଥିଲେ l ପୋଖରୀବନ୍ଧ ସ୍ଥିତ ବରାନାଲ ରୁ ମହିଳା ମାନେ କଲସିରେ ଜଳ ଉଠେଇ ଚାଲି ଚାଲି ପୂଜା ମଣ୍ଡପ ପର୍ଯ୍ୟନ୍ତ ଆସିଥିଲେ l ସେହିଭଳି ପୂଜକ ଭାବରେ ବ୍ରହ୍ମl ପଣ୍ଡିତ ନରେଶ ଦାସଙ୍କୁ ମୁଖ୍ୟ ପୂଜକର ସମସ୍ତ ପୂଜା ଦାୟିତ୍ୟ ଦିଆଯାଇଛି l ରମେଶ ଚନ୍ଦ୍ର ସାହୁ ଏବଂ ତାଙ୍କ ସହ ଧର୍ମିଣୀ ଶାନ୍ତିପ୍ରିୟ ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି l ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ସହ ଭିବିନ୍ନ ମନରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା 13 ତାରିଖ ଦିନ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବାଲି କମିଟି ପକ୍ଷରୁ ସୂଚନା ମିଳିଛି l

ଲାଞ୍ଜିଗଡ଼ ରୁ ସାଗର ବେନାଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ