।। ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳ ଦର ।।

May 16, 2023 - 16:34
 0  28
।। ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳ ଦର ।।

କେବଳ ଆମ୍ବକୁ ଛାଡିଲେ ଦେଢସହ ପାର କରିଲାଣି ଅନ୍ୟସବୁ ଫଳ । ଦର ଉଚ୍ଚା ରହିଥିଲେ ବି ଆମ କଟକରେ ସାବିତ୍ରୀ ପାଇଁ ଫଳ କିଣିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। କିଲୋ ଜାଗାରେ ୨୫୦ ଗ୍ରା. କିଣି ପୂଜା କରିବେ ବୋଲି ସ୍ଥିର କରିଛନ୍ତି ଗ୍ରାହକ। ସାବିତ୍ରୀରେ ବିଭିନ୍ନ ଫଳ ଭୋଗ ହେବାର ପରମ୍ପରାରକୁ ଦେଖି ଦୋକାନୀ ରେଟ କରିଛନ୍ତି ଉଚ୍ଚା।ସାବିତ୍ରୀ ପୂର୍ବରୁ ଫଳ ବଜାରରେ ନିଆଁ। ଆମ୍ବକୁ ଛାଡିଲେ ଦେଢ଼ସହ ପାର କରିଛି ଅନ୍ୟ ଫଳମୂଳର ଦର। ଓଡିଆ ସଧବା ନାରୀମାନଙ୍କର ବଡ ବ୍ରତ ସାବିତ୍ରୀ। ଆଗକୁ ସାବିତ୍ରୀ ଥିବାରୁ ଫଳ ବଜାର ରେ ଭିଡ ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ଫଳ ଆବଶ୍ୟକ ହେଉଥିବାରୁ ଦର ଉଚ୍ଚା ଥିଲେ ମଧ୍ୟ ବିଧି ରକ୍ଷା ପାଇଁ ଫଳ କିଣି ସନ୍ତୁଷ୍ଟ ହେଉଥିବା କହିଛନ୍ତି। ଏପଟେ ସାବିତ୍ରୀ ପାଇଁ ସବୁ ଫଳର ଚାହିଦା ରହିଥିବାରୁ ଗୋଦାମରୁ ଉଚ୍ଚା ରେଟରେ କିଣି ଉଚ୍ଚା ରେଟରେ ବିକ୍ରି କରିବାକୁ ପଡୁଛି ବୋଲି କହିଛନ୍ତି ଖୁଚୁରା ଫଳ ବ୍ୟବସାୟୀ। ଆଜି ଫଳ ବଜ଼ାରରେ ଆମ୍ବକୁ ଛାଡ଼ି ପ୍ରାୟ ସବୁ ଫଳ ୧୫୦ ପାର କରିଛି। ସେହିଭଳି କଦଳୀ ଡର୍ଜନ ପିଛା ୮୦-୧୦୦ ରହିଛି। ଲିଚୁକୋଳି ଦର କିଲୋ ପିଛା ୧୮୦ ଥିବା ବେଳେ ସେଓ ୨୨୦ ରହିଛି କମଳା ୧୫୦, ଡାଳିମ୍ବ କିଲୋ ୧୫୦ ସେହିଭଳି ଅଙ୍ଗୁର କିଲୋ ପ୍ରତି ୧୨୦ ରହିଛି ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ