।। ସାପକାମୁଡା ରେ ମହିଲାଙ୍କ ମୃତ୍ୟୁ ।।

ଥୁଆମୂଳ ରାମପୁର ବ୍ଲକ ଗୁଣପୁର ପଞ୍ଚାୟତ ଅଧିନସ୍ଥ କୁମାର ଗୁଡା ଗ୍ରାମର ଲାକା ଦେଇ ମାଝୀ 50ବର୍ଷୀୟ ନାମକ ଜଣେ ମହିଳା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି ।
ମଙ୍ଗଳବାର ବିଳମ୍ବବିତ ରାତ୍ରରେ ମହିଳା ଶୋଇ ଥିବା ଅବସ୍ଥା ରେ ତାଙ୍କୁ ଏକବିଷ ଧର ସାପ କାମୁଡି ଦେଇଥିଲା l ବୁଧବାର ଦିନ ସକାଳେ ମହିଳା ଜଣଙ୍କୁ ଚିକିତ୍ସା ନିମନ୍ତେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେପରିବାର ଲୋକେ ଭର୍ତି କରିଥିଲେ l କିନ୍ତୁ ଡାକ୍ତରଖାନା କୁ ମହିଳାଙ୍କୁ ଆଣିବା ପୂର୍ଵ ରୁ ହିଁ ମହିଳାଙ୍କ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି l ଏନେଇ ଥୁଆମୂଳ ରାମପୁର ଥାନା ରେ ପରିବାର ଲୋକ ଅଭିଯୋଗ କରିଛନ୍ତି l ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି l
କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






