ଲୋକସଭା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଦ୍ୱିତୀୟ ଦିବସରେ କବାଡି ରେ ମାଲକାନଗିରି ଚମ୍ପିୟାନ

Dec 23, 2025 - 07:50
 0  17
ଲୋକସଭା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଦ୍ୱିତୀୟ ଦିବସରେ କବାଡି ରେ ମାଲକାନଗିରି ଚମ୍ପିୟାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨.୧୨.୨୨୦୫ ରିଖ: ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବରେ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ କ୍ରୀଡ଼ା ସଂଘର ଉପ ସଭାପତି ଏମ. ବାଲା ରାଓ ଏବଂ ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ! ସେହିପରି ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପଦ୍ମନାଭ ତ୍ରିପାଠୀ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ଏବଂ କ୍ରିକେଟ ସଂଘର ଉପ ସଭାପତି ଶୁଭେନ୍ଦୁ ବେହେରା ଯୋଗ ଦେଇଥିଲେ ! ଦ୍ୱିତୀୟ ଦିବସରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ରେ ଖୋକ ପୁରୁଷ ବର୍ଗରେ କୋଟପାଡ଼ ପୋରଞ୍ଚଳ କୁ ପରାସ୍ତ କରି କୋଟପାଡ଼ ପଞ୍ଚାୟତ ସମିତି ଚମ୍ପିୟାନ ହୋଇଛନ୍ତି ! ମହିଳା ଖୋକ୍ ରେ କୋଟପାଡ଼ ବ୍ଲକକୁ ପରାସ୍ତ କରି ଝରିଗାଁ ବ୍ଲକ ଚମ୍ପିୟାନ ହୋଇଛନ୍ତି ! କବାଡି ପ୍ରତିଯୋଗିତା କୋଟପାଡ଼ ବ୍ଲକ କୁ ପରାସ୍ତ କରି ମାଲକାନଗିରି ଚମ୍ପିୟାନ ହୋଇଛନ୍ତି ! ସେହିପରି ମହିଳା କବାଡି ପ୍ରତିଯୋଗିତା ରେ ନବରଙ୍ଗପୁର ପୌରାଞ୍ଚଳ କ୍ରୀଡାବିତ୍ ମାନଙ୍କୁ ପରାସ୍ତ କରି କୋଟପାଡ଼ ବ୍ଲକ ଚମ୍ପିୟାନ ହୋଇଛନ୍ତି ! ଭଲିବଲ୍ ପୁରୁଷ ପ୍ରତିଯୋଗିତା ରେ ନବରଙ୍ଗପୁର ପୌରାଞ୍ଚଳ କୁ ପରାସ୍ତ କରି ନବରଙ୍ଗପୁର ପଞ୍ଚାୟତ ସମିତି ଚମ୍ପିୟାନ ହୋଇପାରିଥିଲା ଏବଂ ସେହିପରି ମହିଳା ଭଲିବଲ୍ ମ୍ୟାଚ୍ ରେ କୋଟପାଡ଼ ବ୍ଲକ କୁ ପରାସ୍ତ କରି କୋଟପାଡ଼ ପୌରାଞ୍ଚଳ ବିଜୟ ହାସଲ କରିଛନ୍ତି ! ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ଖେଳ ଗୁଡ଼ିକ ସୁଚାରୁ ରୂପେ ପରିଚାଳନା କରୁଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ