ଲିଜ ଦେବା ପାଇଁ ଜମିର କିସମ ପରିବର୍ତ୍ତନକୁ ଗ୍ରାମବାସୀଙ୍କ ବିରୋଧ,ସୋଡାମାଳ ଗ୍ରାମବାସୀ ଙ୍କ ଆନ୍ଦୋଳନ ଚେତାବନୀ
କୋଲାବିରା,୧୨।୦୩( ଫାଷ୍ଟ ନ୍ୟୁଜ ଓଡିଶା )- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ତହସିଲ ଅଧିନସ୍ଥ ସୋଡାମାଳ ରାଜସ୍ବ ଗ୍ରାମରେ ଲିଜ ଦେବା ପାଇଁ ରକ୍ଷିତ ଗୋଚର କିସମ ଜମି କୁ ଅବାଦ ଯୋଗ୍ୟ ଅନାବାଦୀ କିସମ ରେ ପରିବର୍ତ୍ତନ ପାଇଁ ତହସିଲଦାର ଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ ଗ୍ରାମବାସୀ ବିରୋଧ କରି ଲିଜ ପ୍ରକ୍ରିୟା କୁ ସମ୍ପୂର୍ଣ ବାତିଲ କରିବା ପାଇଁ ଦାବୀ ଜଣାଇଛନ୍ତି l ସୂଚନା ଅନୁଯାୟୀ ସୋଡାମାଳ ମୌଜା ର ଖାତା ନମ୍ୱର ୪୮୮(ରକ୍ଷିତ) ର ପ୍ଲଟ ନମ୍ୱର ୧୦୯୧ ରୁ ୪୫ ଏକର ୦୭ ଡିସିମିଲ ଓ ପ୍ଲଟ ନମ୍ୱର ୧୦୯୪ ରୁ ୩୩ ଏକର ୫୫ ଡିସିମିଲ ଜମି ସହ ମୋଟ ୭୮ ଏକର ୬୨ ଡିସିମିଲ ଜମିରେ କାଜୁ ବଗିଚା କରିବା ପାଇଁ ଓଏସସିଡିସି ଭୁବନେଶ୍ୱର ପକ୍ଷରୁ କୋଲାବିରା ତହସିଲଦାର ଙ୍କ ନିକଟରେ ଆବେଦନ କରାଯାଇଛି l ଏଣୁ ଉପରୋକ୍ତ ଜମିକୁ ଲିଜ ଦେବା ପାଇଁ ତହସିଲଦାର ଙ୍କ ପକ୍ଷରୁ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରାଯାଇଛି l ସୋଡାମାଳ ମୌଜା ର ଖାତା ନମ୍ୱର ୪୮୮ ରକ୍ଷିତ ଗୋଚର କିସମ ଜମିକୁ ଆବାଦଯୋଗ୍ୟ ଅନାବାଦୀ କିସମ ରେ ପରିବର୍ତ୍ତନ ପାଇଁ ଗତ ୧୭.୧୨.୨୦୨୫ ତାରିଖ ରେ ତହସିଲଦାର ଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ ଆପତ୍ତି ଅଭିଯୋଗ ଦାଖଲ ପାଇଁ ସୂଚନା ଦିଆଯାଇଥିଲା l ଜମିର କିସମ ପରିବର୍ତ୍ତନ କୁ ବିରୋଧ କରି ସୋଡାମାଳ ପଞ୍ଚାୟତ ସମନ୍ୱିତ ଆଦିବାସୀ ସମାଜ, ସୋଡାମାଳ ଗ୍ରାମବାସୀ, ପୂର୍ବତନ ସରପଞ୍ଚ ବଳରାମ ପାଣ୍ଡେ, ବର୍ତ୍ତମାନ ର ସରପଞ୍ଚ ଚନ୍ଦନ ପଟ୍ଟନାୟକ ଙ୍କ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇ ଜମିର କିସମ ପରିବର୍ତ୍ତନ କୁ ବିରୋଧ କରାଯାଇଥିଲା ଓ ଲିଜ ଆବେଦନ ପ୍ରକ୍ରିୟା କୁ ସମ୍ପୂର୍ଣ ବାତିଲ କରିବା ପାଇଁ ଲିଖିତ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା l ଗ୍ରାମବାସୀ ଙ୍କ ଦାବୀ ଅନୁଯାୟୀ ଉପରୋକ୍ତ ଜମିରେ ଶହ ଶହ ଛୋଟ ବଡ ଗଛ ରହିଛି l ସୋଡାମାଳ ପଞ୍ଚାୟତ ର ୯୦ ଭାଗ ଲୋକ ଆଦିବାସୀ ହରିଜନ ସଂପ୍ରଦାୟର ଅଟନ୍ତି l ଉକ୍ତ ଜଙ୍ଗଲରୁ ଝାଡୁ, ପତ୍ର, ଜାଳେଣି କାଠ, ଇତ୍ୟାଦି ସଂଗ୍ରହ କରି ପରିବାର ପୋଷଣ କରନ୍ତି l ଏହାସହ ଏହା ବଣୁଆ ହାତୀ ଙ୍କ ଚଲାପଥ ଅଟେ l ଏହାସହ ଜମିର କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଓ ଗ୍ରାମସଭା ର ମଧ୍ୟ ଆୟୋଜନ କରାଯାଇ ନ ଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ ରହିଥିଲା l ଏନେଇ ୧୨ ତାରିଖ ଗୁରୁବାର କୋଲାବିରା ତହସିଲଦାର ମନୋଜ କୁଜୁର ଙ୍କ ପକ୍ଷରୁ ଆପତ୍ତି ଅଭିଯୋଗ ର ଶୁଣାଣି କରାଯାଇଥିଲା l ଏଥିରେ ସମାଜସେବୀ ପ୍ରେମ ସାଗର ଧୁରିଆ, ସମନ୍ୱିତ ଆଦିବାସୀ ସମାଜ ର ସଭାନେତ୍ରୀ ପଦ୍ମିନୀ ମୁଣ୍ଡା, ସମ୍ପାଦକ ତପନ କାଲୋ, ଡିଲେଶ୍ୱର କିସାନ, ଜୟମଙ୍ଗଲ ଲୁହା, ଘାସିରାମ ଲୁହା, କୁନ୍ତି କିସାନ ପ୍ରମୁଖ ଙ୍କ ସହ ଶତାଧିକ ଗ୍ରାମବାସୀ ଶୁଣାଣି ରେ ଯୋଗଦେଇଥିଲେ l ଗ୍ରାମବାସୀ ଙ୍କୁ ସମର୍ଥନ ଜଣାଇ ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ ଶୁଣାଣିରେ ସାମିଲ ହୋଇଥିଲେ l ତେବେ ଲିଜ ପ୍ରକ୍ରିୟା କୁ ବନ୍ଦ କରିବା ସମ୍ଭବ ନୁହେଁ ବୋଲି ତହସିଲଦର ଗ୍ରାମବାସୀ ଙ୍କୁ ସୂଚନା ଦେବା ସହ ସେ ସମସ୍ତ କାଗଜପତ୍ର ଓ ରିପୋର୍ଟ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି କହିଥିଲେ l ଗ୍ରାମବାସୀ ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ତହସିଲଦାର ସୂଚନା ଦେଇଥିଲେ l ଯାହାଫଳରେ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଯଦି ଲିଜ ପ୍ରକ୍ରିୟା କୁ ବାତିଲ କରାନଯାଏ ତାହାହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସମନ୍ୱିତ ଆଦିବାସୀ ସମାଜ ର ପରାମର୍ଶଦାତା ପ୍ରେମସାଗର ଧୁରୁଆ ଙ୍କ ସମେତ ଗ୍ରାମବାସୀ ସୂଚନା ଦେଇଛନ୍ତି l
କୋଲବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0