ଲାସେରୀ ସଂରକ୍ଷିତ ଜଙ୍ଗଲରେ ହାତୀ ପଲ l ଗ୍ରାମବାସୀ ଆତଙ୍କିତ:ଦଳିଚକଟି ଖାଇଲେ ଫସଲ

Dec 14, 2025 - 13:39
 0  2
ଲାସେରୀ ସଂରକ୍ଷିତ ଜଙ୍ଗଲରେ ହାତୀ ପଲ l ଗ୍ରାମବାସୀ ଆତଙ୍କିତ:ଦଳିଚକଟି ଖାଇଲେ ଫସଲ

କନ୍ଧମାଳ :- (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)କନ୍ଦମାଲ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଗତ ଦୁଇ ଦିନ ପୂର୍ବେ ଏକ ଦନ୍ତା ହାତୀ ମୃତ୍ୟୁ ବରଣ କରିଥିବା ଏବଂ ତାହାର ବ୍ୟବଛେଦ ନ ସରୁଣୁ ପୁଣି ହାତୀପଲଙ୍କ ଉପଦ୍ରଵ ଘଟଣା ମୁଣ୍ଡ ବିନ୍ଧାର କାରଣ ହୋଇଛି ସ୍ଥାନୀୟ ବନ ବିଭାଗ ପାଇଁ l ଗତ ଦୁଇ ଦିନ ଧରି କୋଟଗଡ଼ ଅଭୟାରଣ୍ୟ ଅନ୍ତର୍ଗତ ଲାସେରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ହାତୀପଲ ଉପଦ୍ରଵ ଜାରୀ ରଖିଛନ୍ତି l ଏହି ହାତୀପଲରେ ଛୋଟ ବଡ଼ ମିଶି ୮ ଟି ହାତୀ ରହିଥିବା କୋଟଗଡ଼ ବନାଞ୍ଚଳ ଅଧିକାରୀ ବାଳଗୋପାଳ ବେହେରା ସୂଚନା ଦେଇଛନ୍ତି l ଏହି ହାତୀପଲ ରାୟଗଡ଼ା ବନଖଣ୍ଡ ସୀମାନ୍ତରୁ ଏହି ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଚାଲିଆସିଥିବା ବିଭାଗୀୟ ସୂଚନା ରହିଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ l ତେବେ ଶୁକ୍ରବାର ଦିନ ରାତ୍ରରେ ବାଣ୍ଡାପିପିଲି ଗ୍ରାମର ଏକାଧିକ ଚାଷୀଙ୍କର ବିରି, ମୁଗ, କପା, କଦଳୀ ଏବଂ ଝୁଡୁଙ୍ଗ ଇତ୍ୟାଦି ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି l ଲାସେରୀ ବିଟ ବନରଖି ବେଲଘର ବନାଞ୍ଚଳର ଝିରିପାଣି କର୍ଜଣ୍ଡି ଗ୍ରାମରେ ମୃତ୍ୟୁ ବରଣ କରିଥିବା ଦନ୍ତା ହାତୀର ଶବ ବ୍ୟବଚ୍ଛେଦ କାର୍ଯ୍ୟରେ ନ୍ୟସ୍ତ ଥିବା ବେଳେ ଉପଦ୍ରଵ ଜାରୀ ରଖିଥିବା ହାତୀପଲ କୁ ଘଉଡ଼ାଇବା ଏବଂ ସୁରକ୍ଷା ଦେବାରେ ଅବହେଳା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏଲିଫ୍ୟାଣ୍ଟ ସ୍କୁଆର୍ଡ ବାଣ୍ଡାପିପିଲି କନ୍ଧସାହି, କଲୋନୀ ସାହି ଇତ୍ୟାଦି ଗ୍ରାମରେ ରହି ହାତୀପଲଙ୍କ ଗତିବିଧି ନିରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି l ଅପରପକ୍ଷେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରାପ୍ତି ନିମନ୍ତେ ଆବଶ୍ୟକ ପ୍ରକ୍ରିୟାରେ ସହଯୋଗ କରିବାରେ ବନବିଭାଗ ବିଫଳ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ବିଶ୍ୱନାଥ ଖୋସଲା, ଝିରିପାଣି ମାଝୀ, ସାନି ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି l ଗତକାଲି ଠାରୁ ବିଭାଗ ନିକଟରେ ହାତୀପଲ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ଥିଲା l କାହିଁକି ଗତକାଲି ଠାରୁ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଗଲା ନାହିଁ କିମ୍ବା ଆମକୁ ସତର୍କ ସୂଚନା ଦେଇଥିଲେ ଆମର ବର୍ଷକର ଫସଲ ପୁଞ୍ଜି ନଷ୍ଟ ହୋଇନଥାନ୍ତା ବୋଲି କ୍ଷତିଗ୍ରସ୍ତ ଚାଷୀ ସ୍ଥାନୀୟ କର୍ମଚାରୀଙ୍କ ଉପରେ ଦୋଷ ଲଦିଛନ୍ତି l ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଏବଂ ଅବହେଳା ଯୋଗୁଁ ଆମର ଫସଲ ନଷ୍ଟ ହୋଇଛି l ଆମେ କେବେ ବିଭାଗୀୟ ସହାୟତା ପାଇବୁ ତାହା ଠିକ ଠିକଣା ନାହିଁ l ଆମେ ପରିବାର ପ୍ରତିପୋଷଣ କରିବୁ କେମିତି ବୋଲି ପ୍ରଶ୍ନ କରି ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛନ୍ତି ବାଣ୍ଡାପିପିଲି ଅଞ୍ଚଳର ଏକାଧିକ କ୍ଷତିଗ୍ରସ୍ତ ଚାଷୀ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ