ଧୂଙ୍ଗିଆପଙ୍ଖାଳରେ ରଜ ପର୍ବର ଡ୍ୟାନ୍ସ ଧମାକା

Jun 17, 2026 - 19:34
 0  5
ଧୂଙ୍ଗିଆପଙ୍ଖାଳରେ ରଜ ପର୍ବର ଡ୍ୟାନ୍ସ ଧମାକା

କନ୍ଧମାଳ ଜିଲ୍ଲାର ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ ଧୂଙ୍ଗିଆପଙ୍ଖାଳ ଗ୍ରାମରେ ବାଳିକା ସଂଘ ପକ୍ଷରୁ ରଜ ପର୍ବ ବେଶ୍ ଆଡମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ବାଳିକାମାନେ ରଙ୍ଗିନ ପୋଷାକ ପରିଧାନ କରି ଦୋଳି ଖେଳିବା ସହ ରଜ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଧୂଙ୍ଗିଆପଙ୍ଖାଳ ଗ୍ରାମରେ ରଜପର୍ବ ଅବସରରେ ଆୟୋଜିତ ହୋଇଥିବା ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ବାଳିକା ସଂଘ ଓ ସ୍ଥାନୀୟ ଯୁବପିଢ଼ି ଆକର୍ଷଣୀୟ ନୃତ୍ୟ ପରିବେଶନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ରଙ୍ଗିନ ପୋଷାକ, ମନୋରମ ସଙ୍ଗୀତ ଏବଂ ଉତ୍ସାହଭରା ନୃତ୍ୟ ପରିବେଶନ ଦର୍ଶକଙ୍କ ମନ ଜିତିଥିଲା। ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗଦେଇ କଳାକାରମାନଙ୍କୁ କରତାଳି ମାଧ୍ୟମରେ ଉତ୍ସାହିତ କରିଥିଲେ। କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ ଫାଷ୍ଟ ନିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ