ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ଵାରା ନବମ ଦିନରେ ୱାର୍ଡ ନମ୍ବର 13, 14 ଏବଂ 15 ପଟେଲ ନଗର ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା : ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ୱାରା ନବମ ଦିନରେ ୱାର୍ଡ ନମ୍ବର 13, 14 ଏବଂ 15 ପଟେଲ ନଗର ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଷଦ ର ଅଧ୍ୟକ୍ଷା ସୋନିୟା ଜୈନ, ଉପାଧ୍ୟକ୍ଷ, ନିଶାନ୍ତ ଡାଗା, ପାର୍ଷଦ ସରୋଜିନୀ ଭୋଇ, ମୋହନ ଚେଲାକ, ସନ୍ଦୀପ ଶର୍ମା ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ ୱାର୍ଡର ବରିଷ୍ଠ ନାଗରିକ ସହ ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଏବଂ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲା ଜନ ସାଧାରଣଙ୍କ ଅନେକ ଅଭିଯୋଗ କୁ ଶୁଣାଯାଇଥିଲା ତାର ପ୍ରତିକାର ପାଇଁ ନିଷ୍ପତି ନିଆଯାଇଥିଲାବେଳେ କାର୍ଯ୍ୟକ୍ରମରେ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0