ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘରର କାନ୍ଥ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ
ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଅନ୍ତର୍ଗତ ଗୋଡ଼ିପୋଖରୀ ଗ୍ରାମର ଧନେଶ୍ୱର ମହାନ୍ତଙ୍କ ଟାଇଲ ଘର ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ପ୍ରବଳ ବର୍ଷାରେ ଘରର ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବା ସହ ଘରର ବହୁ ଅଂଶ ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଘଟଣା ସମୟରେ ଘର ଭିତରେ କେହି ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଧନେଶ୍ୱର ମହାନ୍ତ ଘରର ମରାମତି କରିଥିଲେ। ମାତ୍ର ଲଗାଣ ବର୍ଷାରେ ପୁଣି ଘର କ୍ଷତିଗ୍ରସ୍ତ ହେବାରୁ ସେ ଏବେ ଚିନ୍ତାରେ ପଡ଼ିଛନ୍ତି। ପୁନର୍ବାର ଘର ମରାମତି ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0