।।ଲକ୍ଷ୍ମୀପୁର ବ୍ଲକ୍ ସଦରରେ ଥିବା ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଏକ ସାଧାରଣ ସଭାର ଆୟୋଜନ ।।

Mar 20, 2024 - 19:19
 0  15
।।ଲକ୍ଷ୍ମୀପୁର ବ୍ଲକ୍ ସଦରରେ ଥିବା ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଏକ ସାଧାରଣ ସଭାର ଆୟୋଜନ ।।

ଏନେଇ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଆଶାୟୀ ଯୁବ ବିଧାୟକ ପ୍ରତିନିଧି ଇଞ୍ଜିନିୟର ପବିତ୍ର ସାଉନ୍ତା ଙ୍କ ନେତୃତ୍ରରେ ଆୟୋଜିତ ଏହି ସଭାରେ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଖସ୍ଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବନ୍ଧୁଗାଁ ବ୍ଳକ୍ କଂଗ୍ରେସ ସଭାପତି ଡ଼ି.ଏଙ୍କେଟି,ଦଶମନ୍ତପୁର ବ୍ଳକ୍ କଂଗ୍ରେସ ସଭାପତି ବେଣୁଧର ପାତ୍ର, ନାରାୟଣପାଟଣା ବ୍ଳକ୍ କଂଗ୍ରେସ ସଭାପତି ବିଭିଷଣ ମହାନନ୍ଦିଆ,ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ମଣ୍ଟିଖରା,ଛାତ୍ର କଂଗ୍ରେସ ସଭାପତି ବୁଲୁ ମାଣ୍ଡିଙ୍ଗା,ଲକ୍ଷ୍ମୀପୁର ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ହେଂଗୁ ସାଉନ୍ତା,ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମରିକା,ଦଶମନ୍ତପୁର ବ୍ଳକ୍ ଜୋନ୍ -୧ ଲଳିତା ଜାନୀ,ଜୋନ୍ -୨ ର ଧନପତି ସାଉଁନ୍ତା, ନାରାୟଣପାଟଣା ଜିଲ୍ଲା ପରିଷଦ ସଭ୍ୟ ରାମ୍ବ ଶିରିକା, କ୍ରୁଷକ ସେଲ୍ ସଭାପତି ରତିକାନ୍ତ ନାୟକ ପ୍ରଭୁତି ଯୋଗ ଦେଇ ବିଜେଡ଼ି ସରକାର ଯୋଉ ୨୫ ବର୍ଷ ଧରି ଅନ୍ୟାୟ ଅନିତି କରି ଚାଲିଛି ତାର ମୁଖା ଖୋଲିବା ନିହାତି ଦରକାର ବୋଲି ପ୍ରକାଶ କରିଥିଲେ।ଏଥି ସହ ଆଗାମୀ ସାଧାରଣ ନିର୍ବାଚନରେ କୋରାପୁଟ ସାଂସଦ ପଦବୀ ଓ ଲକ୍ଷ୍ମୀପୁର ବିଧାୟକ ପଦବୀ କିପରି କଂଗ୍ରେସ ଦଳ ହାତେଇବ ତାହା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ନିର୍ବଚନ ମଣ୍ଡଳୀରେ ଥିବା ଲକ୍ଷ୍ମୀପୁର ବ୍ଲକ୍ ସମେତ ନାରାୟଣ ପାଟଣା,ବନ୍ଧୁ ଗାଁ ଓ ଦସମନ୍ଥପୁର୍ ର ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।ଏହି ସଭାକୁ ଲକ୍ଷ୍ମୀପୁର ବ୍ଲକ୍ ସଭାପତି କୈଳାସ ଚନ୍ଦ୍ର ଖସଲା ପରିଚାଳନା କରିଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ