।।ଲଇକେରାରେ କରୁଣାକର ସିଂ ନାଏକଙ୍କ ସହୀଦ ଦିବସ ପାଳନ।।
ଲଇକେରା:୨୩/୧୨(*ଫାଷ୍ଟ ନିଉଜ ଓଡ଼ିଶା*) ଝାରସୁଗୁଡା ଜିଲ୍ଳା ଲଇକେରା ଅପେରା ପଡିଆରେ ସ୍ୱାଧିନତା ସଂଗ୍ରାମୀ ସହିଦ କରୁଣାକର ସିଂ ନାଏକଙ୍କ ସହୀଦ ଦିବସ ପାଳନ ଅବସରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।ସ୍ମୃତି କମିଟି ଲଇକେରା(ଜୟପୁର ଇଷ୍ଟେଟ) ଆନୁକୁଲ୍ୟରେ ଆଜି ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ଝାରସୁଗୁଡା ପୂର୍ବତନ ବିଧାୟିକା ସୁଶ୍ରୀ ଦିପାଳୀ ଦାସ ଯୋଗଦେଇ ଥିବାବେଳେ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯୋଗୀନ୍ଦ୍ର କୁମାର ନାଏକ ସଭାପତିତ୍ତ୍ୱ କରିଥିଲେ ।ମୂଖ୍ୟବକ୍ତା ଭାବେ କମିଟିର ମୂଖ୍ୟ ଉପଦେଷ୍ଟା ନବୀନ ଚନ୍ଦ୍ର ନାଏକ ରହିଥିବା ବେଳେ,ସମ୍ମାନୀତ ଅତିଥି ଭାବରେ ଗାଁ ମୂଖିଆ ଟଙ୍କଧର ନାଏକ,ଗୋଣ୍ଡ ସମାଜ ସଭାପତି ତୁଳାରାମ ନାଏକ, ନିକ୍ତିମାଲ ପୂର୍ବତନ ସରପଞ୍ଚ ସଦାନନ୍ଦ ଭୋଇ,ବାବୁଛିପିଡିହି ପୂର୍ବତନ ସରପଞ୍ଚ ଋତୁସାଗର ନାଏକ,ଜିଲ୍ଳାପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ,ଲଇକେରା ବ୍ଳକ ବିଜେଡି ସଭାପତି କଲିମ ଖାନ, ଲଇକେରା ଜିଲ୍ଳାପରିଷଦ ସଭ୍ୟା ଜୋନ(ଖ)ଅଞ୍ଜୁକ୍ତା ବେହେରା, କିର୍ମିରା ଜିଲ୍ଳାପରିଷଦ ସଭ୍ୟା ରୀତା ବାଗ,ଲଇକେରା ବ୍ଳକ ଅଧ୍ୟକ୍ଷ ସଞ୍ଜିତ ନାଏକ,ଲଇକେରା ବ୍ଳକ ଉପାଧ୍ୟକ୍ଷା ଭଗବତୀ ବେହେରା,କୋଲାବିରା ବ୍ଳକ ବିଜେଡି ସଭାପତି ଗୈାତମ ନାଏକ,ସମାସିଂହା ଗ୍ର:ପ:ର ପୂର୍ବତନ ସରପଞ୍ଚ ତୁଳାରାମ ସେନାପତି,ଭାତଲଇଡା ସମିତି ସଭ୍ୟ ପପଟଲାଲ ଭୋଇ, ନିକ୍ତିମାଲ ସମିତି ସଭ୍ୟା ଅନୁପମା ଜୟପୁରିଆ, ପାକେଲପଡା ସମିତି ସଭ୍ୟା ମୈଥିଲି ପଟେଲ,ଖୁନ୍ତାମାଲ ସମିତି ସଭ୍ୟା ରସବତୀ କିସାନ,ବନ୍ଧପାଲି ସରପଞ୍ଚ ତପିରାମ ମରେହୀ, ବାବୁଛିପିଡିହି ସରପଞ୍ଚ ମନୋଜ ବୁଦୁଲା,ଖୁନ୍ତାମାଲ ସରପଞ୍ଚ ସବ୍ୟସାଚୀ ସାହୁ,କୁଲେମୁରା ସରପଞ୍ଚ ଲୋଭାଙ୍ଗିନୀ ପାଣ୍ଡେ, ଲିଲାସାଗର ଧୁରୁଆ,ନିଲାମ୍ୱର ନାଏକ,ସୁରେନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ସ୍ୱାଧିନତା ସଂଗ୍ରାମୀ ସହିଦ୍ କରୁଣାକର ସିଂ ନାଏକଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ ।ଶେଷରେ କିର୍ମିରା ବ୍ଳକ ଵିଜେଡି ସଭାପତି ଚୂଡାମଣୀ ସା ଧନ୍ୟବାଦ ଦେଇଥିବାବେଳେ ପୂର୍ବତନ ଜିଲ୍ଳାପରିଷଦ ଉପାଧ୍ୟକ୍ଷ ଭୂପାଳ ଚନ୍ଦ୍ର ବେହେରା ସଭା ପରିଚାଳନା କରିଥିଲେ ।
କିର୍ମିରା ରୁ ଦେବାଶିଷ ସିଂ ଠାକୁରଙ୍କ ରିପୋର୍ଟ _First News Odisha
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0