।। ରେଳ ବିଭାଗ ପକ୍ଷରୁ କୋଟପାଡ଼ ଅଞ୍ଚଳ ବାସୀଙ୍କ ପାଇଁ ଖୁସି ଖବର ।।ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ଉପି ସଭାପତି ବଳଭଦ୍ର ମାଝୀ

କଟପାଡ଼ ଅଞ୍ଚଳ ବାସିଙ୍କ ପାଇଁ ଏକ ଖୁସି ଖବର ମିଳିଛି। କଟପାଡ଼ ରେଳ ଷ୍ଟେସନରେ ରେଳ ରହିଣି କରିବାକୁ ବହୁ ଦିନ ଧରି କୋଟପାଡ଼ ଅଞ୍ଚଳର ଲୋକେ ଦାବି କରିଆସୁଥିଲେ । ଉକ୍ତ ଦାବିକୁ ରେଳ ବିଭାଗ ପକ୍ଷରୁ ଗ୍ରହଣ କରି କୋଟପାଡ଼ ରେଳ ଷ୍ଟେସନରେ ରେଳ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଏହି ରେଳ ରହିଣୀ ସୂଚନାକୁ ନେଇ କଟପାଡ଼ ଅଞ୍ଚଳ ବାସୀଙ୍କ ଏବେ ଖୁସି ହେବାର ଦେଖିବାକୁ ମିଳିଛି । ଆସନ୍ତା ଜୁନ ମାସ ଏକ ତାରିଖରୁ କୋଟପାଡ଼ ରେଳ ଷ୍ଟେସନରେ ଅଟକିବ ସମସ୍ତ ଯାତ୍ରୀବାହୀ ଟ୍ରେନ । ଆଜି କୁନ୍ଦ୍ରା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ । ସୂଚନାନୁଯାୟୀ ଗତ ଦୁଇହଜାର କୋଡ଼ିଏ ମସିହାରେ ସାରା ଦେଶରେ କରନାର ପ୍ରକୋଳ୍ପ ସହ ସଂଗରୋଧ ନିୟମାବଳୀ ଲାଗୁ ହୋଇଥିଲା । ସେହି ସମୟରେ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ସବୁଠି ଗମନାଗମନ ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଇଥିଲା । ତେବେ ସେହି ସମୟରେ ରେଳ ବିଭାଗର କ୍ଷତିକୁ କମାଇବା ସକାଶେ ଯାତ୍ରୀ ବିହୀ ରେଳ ଷ୍ଟେସନ ମାନଙ୍କୁ ଚିହ୍ନଟ କରି ରେଳ ବିଭାଗ କେବଳ ମୁଖ୍ୟ ଷ୍ଟେସନ ମାନଙ୍କରେ ଅଟକାଇବା ସକାଶେ ନିର୍ଦେଶ ଦେଇଥିଲେ । କୋଟପାଡ଼ର ବରିଷ୍ଠ ନାଗରିକ ସଂଘ ଏକ ପତ୍ର ମାଧ୍ୟମରେ ରେଳ ବିଭାଗକୁ କୋଟପାଡ଼ ଷ୍ଟେସନରେ ରେଳ ନ ରହିବା କାରଣ ପ୍ରଶ୍ନ ରଖିଥିଲେ । କୋଟପାଡ଼ ଭଳି ସାରା ଦେଶରେ ଛୋଟ ଷ୍ଟେସନ ମାନଙ୍କରେ ଦେଶର ସମୁଦାୟ ଆର୍ଥିକ କ୍ଷତି ବ୍ୟବସ୍ଥା ଉପରେ କରନା ସମୟରେ ପ୍ରଭାବିତ କରିଥାନ୍ତା ତେଣୁ ଯାତ୍ରୀବିହୀନ ଅନେକ ଷ୍ଟେସନ ରେ ରେଳ ରହଣୀ ବନ୍ଦ କରାଯାଇଥିବା କହିଛନ୍ତି ଜଣେ ବରିଷ୍ଠ ଅର୍ଥନୈତିକ ବିଶେଷଜ୍ଞ। କରନାର ପ୍ରକୋଳ୍ସ ପରେ ଜନଜୀବନ ସ୍ୱାଭାବିକ ହେଲା ସତ କିନ୍ତୁ କୋଟପାଡ଼ରୋଡ଼ ଷ୍ଟେସନରେ କୌଣସିଟି ରେଳ ନରହିବା କାରଣରୁ ଜନ ଅସନ୍ତୋଷ ଲାଗି ରହିଥିଲା । କୋଟପାଡ଼ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ ଏବଂ ନବରଙ୍ଗପୁର ସାଂସଦ ରେଳ ବୋର୍ଡର ସଦସ୍ୟ ଥିବା ଯୋଗୁଁ ଶ୍ରୀ ରମେଶ ମାଝୀଙ୍କୁ କୋଟପାଡ଼ ଅଞ୍ଚଳବାସୀ ତଥା ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ସଂଗଠନ ବାରମ୍ବାର ଅନୁରୋଧ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । କିନ୍ତୁ ଦଳୀୟ କର୍ମୀ ଅଞ୍ଚଳ ବାସ ଙ୍କୁ ରାଜନୈତିକ ପ୍ରତିଶ୍ରୁତି ଦେଇଚାଲିଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଥିଲା । ଅଂଚଳବାସୀଙ୍କ ବହୁଦିନର ଦାବି କୁ ବିଜେପି କର୍ମୀ ରୁପୁ ଭତ୍ରା , ସୁନୀଲ ତ୍ରିପାଠୀ ,ବରାମେଶ୍ୱର ଜେନା , ବିନାୟକ ଆଚାର୍ଯ୍ୟ , ମିନୁ ରଥ , ଗିରିସ ପାଢ଼ୀ , ମୁନା ମହାନ୍ତି , ହେମନ୍ତ ମାଝୀ , ହିମାଦ୍ରୀ ନାୟକ , ରାମ ନାୟକ , ଗୁର ମାଝୀ ଉକ୍ତ ବିଷୟ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେପି ଉପସଭାପତି ଶ୍ରୀ ବଳଭଦ୍ର ମାଝୀଙ୍କୁ ଜଣାଇଥିଲେ। ଶ୍ରୀ ବଳଭଦ୍ର ମାଝୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବଙ୍କ ସହ ଉକ୍ତ ଦାବି ବିଷୟରେ ଆଲୋଚନା କରିବା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବା ସକାଶେ ଅନୁରୋଧ କରିଥିଲେ । ଗତ କିଛିଦିନ ତଳେ ପୂର୍ବତଟ ରେଳ ବିଭାଗ ଅଧିକାରୀଙ୍କ ସହ ସବିଶେଷ ତଥ୍ୟଭିତିକ ଆଲୋଚନା କରି ଆସନ୍ତା ମାସ ଜୁନ ଏକ ତାରିଖରୁ ଜଗଦଲପୁର ରୁ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ , ଜଗଦଲପୁର ରୁ ରାଉରକେଲା ଯାଉଥିବା ଏକ୍ସପ୍ରେସ ଏବଂ କିରନଣ୍ଡଳ ରୁ ବିଶାଖାପାଟଣା ଏକ୍ସପ୍ରେସ ରେଳ କୋଟପାଡ଼ ରେଳ ଷ୍ଟେସନରେ ଅଟକିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ।
ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






