।। ରାଉରକେଲା ରେ ଧରାପଡ଼ିଲା ବାବା ନକଲି ସସ, ।।

Feb 7, 2024 - 17:40
 0  5
।। ରାଉରକେଲା ରେ ଧରାପଡ଼ିଲା ବାବା ନକଲି ସସ, ।।

କାରଖାନା କୁ ସିଲ କଲା ପୁଲିସ ରାଉରକେଲା :ଆଜି ରାଉରକେଲା ପୌର ନିଗମ ଓ ରାଉରକେଲା ଝିରପାଣି ପୁଲିସ ର ମିଳିତ ସହଯୋଗ ରେ ଝିରପାଣି ଥାନାର ଜଗଦା ଟୁଁଗୁରିଟଲା ବସ୍ତି ରେ ପୁଲିସ ପକ୍ଷରୁ ଚଢ଼ାଉ କରା ଯାଇ ବହୁ ନକଲି ଟମାଟର ଓ ଚିଲି ସସ ବାବା ବ୍ରାଣ୍ଡ ର ବୋତଲ ଜବତ କରାଯାଇଛି। ଏହି ଘଟଣା ରେ କାରଖାନା ର କର୍ମଚାରୀ ମାନଙ୍କୁ ଥାନା କୁ ଆଣି ପଚରା ଉଚରା ଜାରି ରଖିଛି। ୧୦୦ ରୁ ବେଶୀ ନକଲି ସସ ବୋତଲ, ୧୦ କୁଇଣ୍ଟାଲ ପଚା ଆଳୁ, କଖାରୁ,ସସ ତିଆରି ମେସିନ କୁ ପୁଲିସ ଜବତ କରିଛି। ପୁଲିସ ଆଖିରେ ଧୂଳି ଦେଇ ଏହି ନକଲି ସସ କାରଖାନା ରୁ ରାଉରକେଲା ରୁ ବିଭିନ ଅଞ୍ଚଳ କୁ ଚାଲାଣ କରା ଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଘଟଣା ର ତଦନ୍ତ ଜାରି ରହିଛି।

ରାଉରକେଲା ରୁ ପିଣ୍ଟୁ ମିଶ୍ର ଙ୍କ ରିପୋର୍ଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ