ମୟୁରଭଞ୍ଜ ଶାଖା ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ
ବାରିପଦା - ତା ୨୨/୦୭/୨୦୨୬ ରିଖ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ, ମୟୁରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରାଯାଇଛି I ସମସ୍ତଙ୍କ ପାଇଁ "ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି" ଯାଜନାର ସଫଳ ରୂପାୟନ ନିମନ୍ତେ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ୨୦୦୮ ମସିହା ପରେ ନିଯୁକ୍ତି ପାଇଥିବା ଅଧ୍ୟାପକ କର୍ମଚାରୀମାନଙ୍କ ପାଇଁ ଅନୁଦାନ ନୀତି ୨୦୦୮ - ୨୦୧୮ ପ୍ରଣୟନ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟିର ଘୋଷଣା କରି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ I କମିଟି ଜୁନ ମାସରେ ରିପୋର୍ଟ ପ୍ରଦାନ କରିସାରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ପରିବର୍ତ୍ତେ କେଜି ରୁ ପିଜି ନିଃଶୁଳ୍କ ଶିକ୍ଷା ପ୍ରଦାନ ବ୍ୟବସ୍ଥା ପ୍ରଣୟନ କରିଛନ୍ତି I ଯଥାଶୀଘ୍ର ଅଧ୍ୟାପକ କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି I ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ଅନୁଦାନ ନୀତି ଘୋଷଣା ନ କଲେ ସଙ୍ଘ ଆନ୍ଦାଳନ ପନ୍ଥାକୁ ଆପଣେଇବା ପାଇଁ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ୍ୟହେବ ବୋଲି ଚେତାବନୀ ଦେଇଛି I ଅଧ୍ୟାପକ ଡ଼ଃ ପ୍ରୀତମ ପଣ୍ଡା, ରାଜୀବ କୁମାର ଗିରି, ଅଶ୍ୱନୀ କୁମାର ଘୋଷ, ଉଦିତ କୁମାର ମିଶ୍ର, ବାପୁନ ଘୋଷ, ଦିପ୍ତେନ୍ଦୁ ମହାନ୍ତ, ଶ୍ରଦ୍ଧାନନ୍ଦ ସାହୁ ପ୍ରମୁଖ ମିଳିତ ଭାବେ ସଙ୍ଘ ତରଫରୁ ଏହି ଦାବିପତ୍ର ପ୍ରଦାନ ପ୍ରଦାନ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0