ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ଜଲଛତ୍ର କେନ୍ଦ୍ର ଉଦଘାଟିତ
ବାରିପଦା - ତା :- ୨୬/୦୪/୨୦୨୬ ରିଖ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ମହାରାଜପୁର ସ୍ଥିତ ମୟୂରଭଞ୍ଜ କଲେଜ ଅଫ ଆସିକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟର ସେବା ଯୋଜନା ୟୁନିଟ ଦ୍ୱାରା ଏକ ଜଳଛତ୍ର କେନ୍ଦ୍ର ମହାରାଜପୁର ଛକରେ ଉଦ୍ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ଯୁବ ରେଡ୍କ୍ରସ୍ ୟୁନିଟ୍ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା I ଏହି ଉଦ୍ଘାଟନୀ ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା, ଯୁବ ରେଡ଼କ୍ରସ କାଉନସିଲର ଓ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ I ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ତଥା ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଜ୍ଞାନରଞ୍ଜନ ପଣ୍ଡା ଉଦଘାଟନ କରିବା ସହ ସ୍ବେଛାସେବୀ ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ I ଯୁବ ରେଡ୍କ୍ରସ୍ କାଉନସେଲର ଓ ଅନ୍ୟ ଅଧ୍ୟାପକମାନେ ମଧ୍ୟ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରଥମ ଦିନରେ ସ୍ୱେଚ୍ଛାସେବୀମାନେ ଛାତ୍ରଛାତ୍ରୀ, ପଥଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ କରିବା ସହ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0