।। ମୂଷା ଗାତ ଭରା ଝାଟି ମାଟି କୁଡ଼ିଆରେ ବିତୁଛି ସାତ ଜୀବନ ।।

Nov 1, 2023 - 16:06
 0  18
।। ମୂଷା ଗାତ  ଭରା ଝାଟି ମାଟି କୁଡ଼ିଆରେ ବିତୁଛି  ସାତ ଜୀବନ ।।

ସରକାର ମାଲ ମାଲ ଯୋଜନା କରି କୋଟିକୋଟି ଟଙ୍କା ଅନୁଦାନ କରିବା ଟଙ୍କା ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳୁନ ଥିବା ଜଣାପଡୁଛି l ବିବାହ କରି ପାଖାପାଖି ଚାଳିଶ ବର୍ଷ ହୋଇ ଥିବା ବେଳେ ନାଥି ନାଥୁଣି ଦେଖିବା ବୟସ ହେଲା ପରେ ବି ସରକାର ଙ୍କ ଯୋଜନା ର ଘର ଖଣ୍ଡେ ମିଳି ପାରି ନାହିଁ l ମୂଷା ଖୋଲା ଗାତ ମାଟି କୁଡ଼ିଆ ରେ ବହୁ କଷ୍ଟରେ ରହିଆସୁଥିବା ବେଳେ ଘରେ ବିଷାକ୍ତ ସାପ, କୀଟ, ଜୀବାଣୁ ଭୋଳି ଅନେକ ଜୀବାଣୁ ଭୟରେ ରାତିରେ ଭଲ ଭାବେ ଶୋଇପାରୁନି ବୋଲି ପ୍ରକାଶ କରି ଥିବା ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ପଞ୍ଚାୟତ ଅଧିନସ୍ଥ ମହୁଲପାଟଣା ଗ୍ରାମର ଛବି ହରିଜନ ଘର ଖଣ୍ଡେ ପାଇଁ ଅପେକ୍ଷା l ତାଙ୍କ ପରିବାରଛଅ ଜଣ ସଦସ୍ୟ ଥିବା ବେଳେ ଘର ପାଇବା ସାତ ସପନ ହୋଇଛି l କିଛି ଲୋକ ଘର କରିଦେବୁ ବୋଲି ଛବି ହରିଜନଙ୍କ କିଛି ଟଙ୍କା ଲାଞ୍ଚ ନେଇ ଥିବା କଥା ବିପ୍ରକାଶ କରିଥିଲେ l ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ନିରାଶ ହୋଇ ଶେଷରେ ଗଣ ମାଧ୍ୟମକୁ ଆପଣେଇଲେ l ଏପରିବାର କଣ ଭୋଟ ଦେଉନି କି କଳାହାଣ୍ଡି ଜିଲ୍ଲାର ଭୋଟ ତାଲିକା ରେ ନାମ ନାହିଁ ବୋଲି ପରିବାର ଲୋକ କଣ କହୁଛନ୍ତି ଶୁଣନ୍ତୁ l ବର୍ଷା ସମୟରେ ବର୍ଷା ପାଣି ଝରି ପଡି ଘରେ ପାଣି ଭର୍ତି ହୋଇ ରହୁଥିବା କଥା କେତେ କଷ୍ଟ ଏମାଙ୍କ କଥା କିଏ ବା ବୁଝିବ l କାଠ, ପତ୍ର ବିକ୍ରି କରି ଯାହା ମିଳେ ସେଥିରୁ ପରିବାର ପ୍ରତି ପୋଷଣ କରୁଛନ୍ତି ଏବଂ ଏଥିପାଇଁ ସେମାନେ ଅର୍ଥ ଅଭାବ ଯୋଗୁ ଘର ଖଣ୍ଡେ ତିଆରି କରି ପାରୁନି l ସରକାର କେବେ ଆମକୁ ଘର ଦେବେ ତାହା ଅପେକ୍ଷା ରେ ଅଛୁ ହେଲେ ମୃତ୍ୟୁ ସମୟ ରେ ଆମ କୁ ଘର ମିଳିବ କି ବୋଲି ପ୍ରଶ୍ନ କଲେ? ଏହି ଗରିବ ନିରୀହ ଲୋକଙ୍କୁ କେବେ ଘର ମିଳିବ ତାହା ଦେଖିବାକୁ ଅପେକ୍ଷା ରହିଲା l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ