।। ମୁଖ୍ୟ ରାସ୍ତା ସମ୍ମୁଖରେ ଖୋଲାମ୍ ଖୋଲା ବେଆଇନ ବାଲି ଚାଲାଣ ।।

Mar 24, 2026 - 09:14
 0  3
।। ମୁଖ୍ୟ ରାସ୍ତା ସମ୍ମୁଖରେ ଖୋଲାମ୍ ଖୋଲା ବେଆଇନ ବାଲି ଚାଲାଣ ।।

କଲାହାଣ୍ଡି:( ୨୪•୦୩•୨୬;ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଖୋଲାମ ଖୋଲା ବେଧଡକ ବିନା ଲିଜ୍ ରେ ଚାଲିଛି ବାଲି ଉଠା । ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି ?କାହା ଛତ୍ରଛାୟାରେ ବାଲି ମାଫିଆ ଙ୍କ ଏଭଳି କାର୍ଯ୍ୟ? JCB ମେସିନ ର ନମ୍ବର ପ୍ଲେଟ୍ ଗୋଲା କୁଆଡେ? ହଜାର ହଜାର ଟ୍ରିପ ବେଆଇନ ବାଲି ଚାଲାଣ ହେଉଛି କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତହସିଲଦାର ମହୋଦୟା ଦିପ୍ତିରେଖା ବାଗ ଙ୍କୁ ଏହି ବାଲି ଚାଲାଣ କୁ ନେଇ ପଚାରିବାରୁ ତଦନ୍ତ କରିବା ପରେ ହିଁ ଉତ୍ତର ରଖିବି ଏବିଷୟରେ ମୁଁ ଜାଣି ନାହିଁ କହିଥିଲେ, ଗଣମାଧ୍ୟମ ଆଗରେ ମତପ୍ରକାଶ କରିବାକୁ ମନା କରି ଥିଲେ , କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଜନକ କଥା ଏହିକି ଯେ madam ଙ୍କୁ ଜଣାଇବା ୧୫ ମିନିଟ୍ ଭିତରେ ବାଲି ଚାଲାଣ କରୁଥିବା JCB ଏବଂ tractor ଗାଡ଼ି ଅଦୃଶ୍ୟ । ତା ପରେ ଜୟପାଟଣା ରାଜସ୍ବ ନିରୀକ୍ଷକ ଅଧିକାରୀ ବାଲି ଖଣି କୁ ପହଞ୍ଚି ଥିଲେ। ହଁ ଆଜ୍ଞା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଖଇର ମାଲ ହାତୀ ବ୍ରିଜ୍ ତଳ ନଦୀ ଭିତରେ । ଖଣି ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ, ପ୍ରଶାସନ ଙ୍କ ପକ୍ଷରୁ ବାଲି ମାଫିଆ ଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ କିଛି ଓଲୋତ ଦେଖିବାକୁ ମିଳେ। ବାଲି ମାଫିଆ ଙ୍କ ଚୋରା ବାଲି ଚାଲାଣ କାରଣରୁ ନଦୀ ତୁଟ ପାର୍ଶ୍ବରେ ଥିବା ଜମି ନଷ୍ଟ ହେବାରେ ଲାଗିଛି । ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ କେତେ ଯେ ତତ୍ପରତା ଦେଖେଇବେ ନା ଦୁର୍ନୀତି କୁ ଘଣ୍ଟ ଘଡାଇବେ ତାହା ଦେଖିବାକୁ ବାକି ରହିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ