।। ମିକ୍ଚର ମେସିନ ଗାଡ଼ି ଧକାରେ ଯୁବକ ମୃତ୍ୟୁ ।।

May 31, 2023 - 06:06
 0  14
।। ମିକ୍ଚର ମେସିନ ଗାଡ଼ି ଧକାରେ ଯୁବକ ମୃତ୍ୟୁ ।।

ନୂଆପଡ଼ା ଜିଲ୍ଲା କୋମନା ଥାନା ଭେଲ।ନିକଟ ବିଜୁ ଏକ୍ସପ୍ରେସ-ୱେରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ବରକୋଟ ଗାଁର ସୂର୍ଯ୍ୟକାନ୍ତ ସାହୁ। ଆଜି ଅପରାହ୍ନରେ ସୂର୍ଯ୍ୟକାନ୍ତ କୌଣସି କାମରେ ନିଜ ବାଇକ ( ଓଡି ୧୭ W୪୭୪୬)ରେ ବିଜୁ ଏକ୍ସପ୍ରେସ-ୱେ ରେ ନିଜ ଗାଁରୁ ରଜନା ପଟକୁ ଯାଉଥିଲେ। ଅନ୍ୟ ପଟେ ଭୁଲ ରାସ୍ତାରେ କଂକ୍ରିଟ ମିକ୍ସର ଗାଡି ( ଓଆର୦୫ଏବି୩୧୮୮) ବଶିବାହାଲ ପଟକୁ ଯାଉଥିଲା।ଭେଲ। ଛତ୍ରିଆ ପଡ଼ା ଛକରେ ଉକ୍ତ ଗାଡିଟି ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ଗୁରୁତର ସୂର୍ଯ୍ୟକାନ୍ତଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଭେଲ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ।ସେଠାରେଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଥିଲା। ମାତ୍ର ସଂଧ୍ୟା ହେବାରୁ ବ୍ୟବଛେଦ ହୋଇପାରିନଥିଲା। ଆସନ୍ତ। କାଲିସକାଳେ ଶବ ବ୍ୟବଛେଦ ହେବ । ପୋଲିସ ଦୁର୍ଘଟଣାକାରୀ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା ଚଲାଇଥିବା ଜଣାପଡିଛି। ନୂଆପଡ଼ା ଜିଲ୍ଲାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ