ମିଆୱାକି ପଦ୍ଧତିରେ କୋଲାବିରାରେ ୮ ହେକ୍ଟର ଜମିରେ ୬୪ ହଜାର ଚାରା ରୋପଣ

Aug 31, 2026 - 19:39
 0  28
ମିଆୱାକି ପଦ୍ଧତିରେ କୋଲାବିରାରେ ୮ ହେକ୍ଟର ଜମିରେ ୬୪ ହଜାର ଚାରା ରୋପଣ

କୋଲାବିରା, ୩୧/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ପରିବେଶ ସନ୍ତୁଳନ ଓ ସବୁଜିମା ବୃଦ୍ଧି ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ ସ୍ୱରୂପ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କୋଲାବିରା ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ଜଙ୍ଗଲ କିସମ ଜମିରେ ‘ମିଆୱାକି’ ପଦ୍ଧତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି। ଆଜି ଜିଲ୍ଲାପାଳ ନିଜେ ସେହି ସ୍ଥାନ ପରିଦର୍ଶନ କରିବା ସହିତ ଚାରା ରୋପଣ କରିଥିଲେ। କମ୍ ସ୍ଥାନରେ ଅତି ଶୀଘ୍ର ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କୋଲାବିରା ବନାଞ୍ଚଳ ଅଧୀନରେ ଥିବା କୋଲାବିରା ଭି.ଏଫ୍. ର ପ୍ରାୟ ୮ ହେକ୍ଟର ପରିମିତ ଗ୍ରାମ୍ୟ ଜଙ୍ଗଲ ଜମିରେ ଏହି ଅଭିନବ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ଅଞ୍ଚଳରେ ବିଭିନ୍ନ ପ୍ରଜାତିର ସମୁଦାୟ ୬୪,୦୦୦ ଉପଯୋଗୀ ଚାରା ରୋପଣ କରାଯାଇଛି। ମିଆୱାକି ଶୈଳୀରେ ଗଛଗୁଡ଼ିକ ଅତି ପାଖାପାଖି ଲଗାଯାଇଥିବାରୁ ଏହା ପାରମ୍ପରିକ ଜଙ୍ଗଲ ତୁଳନାରେ ଦଶ ଗୁଣ ଶୀଘ୍ର ବୃଦ୍ଧି ପାଇବ ଏବଂ ଜୈବବିବିଧତା ବୃଦ୍ଧି କରିବାରେ ସହାୟକ ହେବ। ଏହି ସମଗ୍ର ବୃକ୍ଷରୋପଣ ଅଭିଯାନ କୋଲାବିରା ରେଞ୍ଜର ଶ୍ରୀ ସୁଦାମ ଜଗଦଲାଙ୍କ ତତ୍ତ୍ୱାବଧାନ ଓ ଫରେଷ୍ଟ ଟିମ୍‌ର ସକ୍ରିୟ ସହଯୋଗରେ ସମ୍ପାଦିତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନକୁ ରୋକିବା, ଭୂତଳ ଜଳସ୍ତର ବୃଦ୍ଧି କରିବା ଏବଂ ପରିବେଶକୁ ସୁସ୍ଥ ରଖିବାରେ ଏହି ମିଆୱାକି ଜଙ୍ଗଲ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ଓ ପରିବେଶପ୍ରେମୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ