ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର:ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ

Apr 1, 2026 - 12:05
 0  7
ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର:ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ

ମାଲକାନଗିରି, ୧/୪/୨୬: ଆସନ୍ତା ୨୦୨୭ ଜନଗଣନାକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜନଗଣନା ରଥ-୨୦୨୭ ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ମାଧ୍ୟମରେ ଗୃହ ଗଣନା ଓ ଜନଗଣନା ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଚଳିତ ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।ଡିଜିଟାଲ୍ ସ୍ୱ-ଗଣନା ମାଧ୍ଯମରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣ ନିଜେ se.census.gov.in ପୋର୍ଟାଲ୍ ବ୍ୟବହାର କରି ନିଜ ତଥ୍ୟ ଅନ୍‌ଲାଇନ୍ରେ ଦେଇପାରିବେ।କ୍ଷେତ୍ର ସ୍ତରୀୟ ଗଣନା ପାଇଁ ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ୩୩ଟି ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।ଏହି ବୃହତ କାର୍ଯ୍ୟ ପାଇଁ ଜିଲ୍ଲାରେ ୧୨୭୯ ଜଣ ଗଣନାକାରୀ ଏବଂ ୨୨୨ ଜଣ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। ଏପ୍ରିଲ ୧ ତାରିଖ ଠାରୁ ଏପ୍ରିଲ ୧୫ ସ୍ଵଗଣନା ଏବଂ ଏପ୍ରିଲ ୧୭ ରୁ ମେ ୧୫ ଏହି ତିରିଶି ଦିନ ପାଇଁ ପ୍ରକୃତ ଗୃହଗଣନା ଘରେ ଘରେ ହେବ। ଜନଗଣନା ଆସନ୍ତା ଫେବୃଆରୀ ୨୦୨୭ ରେ ହେବ । ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଜନଗଣନା ଅଧିକାରୀ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପଖଣ୍ଡ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ଡେପୁଟି ଜନଗଣନା ଅଧିକାରୀ ମୁନା ତୁରୁକ୍ ଏବଂ କେନ୍ଦ୍ରୀୟ ପ୍ରଭାରୀ ଅକ୍ଷୟ ମୁଦଗଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଦେଶ ଓ ରାଜ୍ୟର ଭବିଷ୍ୟତ ଯୋଜନା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଜନସାଧାରଣ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ