।। ମାଲକାନଗିରି:ବିଜାପୁରରେ ଏନ୍‌କାଉଣ୍ଟର ।।

Apr 18, 2023 - 20:04
 0  107
।। ମାଲକାନଗିରି:ବିଜାପୁରରେ ଏନ୍‌କାଉଣ୍ଟର ।।

ଜଣେ ମାଓବାଦୀ ନିହତ ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନ୍‌କାଉଣ୍ଟର ।ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହିତ ଘଟଣାସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କୁ ଜୀବନ୍ତ ଅବସ୍ଥାରେ ଜବାନମାନେ ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ତାମେଡ ଥାନା ଅନ୍ତର୍ଗତ କଚଲାବାଡି ଜିଲ୍ଲା ଭିତରେ ମାଓବାଦୀ ଏକ କ୍ୟାମ୍ପ କରିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।ଏହା ପରେ ଡିଆରଜି ବାହିନୀ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ଯେଉଁଥିରେ ଜଣେ ହାର୍ଡକୋର ମାଓବାହୀ ନିହତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ଅଞ୍ଜନେୟ ବର୍ଷାନେ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ