ମନରେଗା ଯୋଜନା ରେ ଶିଶୁ ଶ୍ରମିକ ଲଗାଇ ଏନ. ଏମ.ଏମ.ଏସ. କରୁଛି ଗାଁ ସାଥି

Sep 20, 2025 - 06:58
 0  182
ମନରେଗା ଯୋଜନା ରେ ଶିଶୁ ଶ୍ରମିକ ଲଗାଇ ଏନ. ଏମ.ଏମ.ଏସ. କରୁଛି ଗାଁ ସାଥି

କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକ :- (ଫାଷ୍ଟନ୍ୟୁଜ ଓଡିଶା ) 20/09/2025ସରକାର ବେକାର ସମସ୍ୟା କୁ ରୋକିବା ପାଇଁ ଅନେକ ଯୋଜନା ମଧ୍ୟ ରୁ ମନରେଗା ଯୋଜନା ଏକ ଯୋଜନା l ଏଥିରେ ମୁଖ୍ୟ ଉଦେଶ୍ୟ ଦାଦନ ସମସ୍ୟା କୁ ରୋକିବା ପାଇଁ ସରକାର କରିଛନ୍ତି ସତ l କିନ୍ତୁ ଦାଦନ ରୋକବାରେ ଫେଲ ମାରିଛି l ଏହାକୁ ନେଇ ଗଣ ମାଧ୍ୟମ ରେ ପ୍ରଚାର ପ୍ରସାରଣ ହେଲା ପରେବି କିଛି ସୁଧାର ହେଉନିକି, ସଫଳତା ହେଉନି l ସମ୍ବିଧାନ ର ଆଇନ ଅନୁଯାୟୀ 18ବର୍ଷ ରୁ କମ ବୟସ ର ବ୍ୟକ୍ତି ଙ୍କୁ କୌଣସି କାର୍ଯ୍ୟ ରେ ଶ୍ରମିକ ଭାବେ ନୋଜିତ କରିପାରିବେ ନାହିଁ l କିନ୍ତୁ ଏଥିରେ ତାହାର ଉଲଟା ଦେଖିବାକୁ ମିଳିଛି l ଏହିପରି ହେଉଥିବା ଘଟଣା ହେଉଛି,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର 24ଗୋଟି ଗ୍ରାମଞ୍ଚଳ ଗୁଡିକ ରେ ଶିଶୁ ଶ୍ରମିକ ମାନଙ୍କ ର ଏନ, ଏମଏମ ଏସ ରେ ଉପଲୋଡ଼ କରାଯାଉଛି l ନାବାଳକ, ନାବାଳିକା ଙ୍କ ନାମରେ ଏକ ଡାକ ଘର ରେ ଜମାଖାତା ଖୋଲି ସେହି ଖାତା ନମ୍ବର କୁ ନେଇ ମିଥ୍ୟା ରେ ଜବ କାର୍ଡ କରି ସେଥିରେ ହଜାର ହଜାର ଟଙ୍କା ବିଲ କରି l ସରକାର ଙ୍କ ଅନୁଦାନ ଅର୍ଥ କୁ ହରିଲୁଟ କରିବାରେ ଠିକାଦାର ଓ ଗାଁ ସାଥି ବାବୁ ମିଳିତ ଭାବେ ମାଷ୍ଟର ମାଇଣ୍ଡ ଏଠି ସାଜିଛନ୍ତି l ମନରେଗା ଯୋଜନା ରେ କାମ କରୁଥିବା ବ୍ଲକ କର୍ମଚାରୀ ବାବୁ ମାନଙ୍କୁ କେତେ ଲେଖାଏ ମିଳୁଛି ଜନତା କୁ ଜଣେଇବେକି l ଏଥିରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନ ଥିବାରୁ, ବାରମ୍ବାର ଗଣମାଧ୍ୟ୍ୟମ ରେ ପ୍ରସାରଣ ପ୍ରଚାର ହେଲାପରେବି l କାର୍ୟନୁଷ୍ଠାନ ଶୂନ ହେବା କାରଣ କଣ? ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ବିଳମ୍ବ କାହିଁକି ? କଥା ରେ ନାହିଁ କି ବିଲେଇ ଆଖି ବୁଜି ବୁଜି କ୍ଷୀର ପିଉଛି ପ୍ରଶାସନ କାହିଁକି ଚୁପ ପଡିଛି l ଗାଁ ସାଥି ମାନଙ୍କୁ ପ୍ରଶୟ ଦେଉଛି କିଏ ? ବା କାହା ବାହୁ ବଳରେ ବଳିୟାମ ହେଉଛି l ସରକାର ଡାଳେ ଡାଳେ ଗଲେ ଗାଁ ସାଥି ବାବୁ ଯାକ ପତ୍ରେ ପତ୍ରେ ଯାଉଛନ୍ତି l ଜିଲ୍ଲା ର ମନରେଗା ଯୋଜନା ଉଚ୍ଚ ପଦାଧିକାରୀ ଉଚିତ ତଦନ୍ତ କରି କି ପଦକ୍ଷେପ ନେବେ lଏହାକୁ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ