ମଞ୍ଚ ନାଟକ ର ଦ୍ୱିତୀୟ ସନ୍ଧ୍ୟା "ଅନ୍ଧକାର ର ସୁରୁଜ "ନାଟକ ମଞ୍ଚସ୍ତ

Dec 9, 2025 - 11:43
 0  38
ମଞ୍ଚ ନାଟକ ର ଦ୍ୱିତୀୟ ସନ୍ଧ୍ୟା "ଅନ୍ଧକାର ର ସୁରୁଜ "ନାଟକ ମଞ୍ଚସ୍ତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୮.୧୨.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ୨୦୨୫ ପାଳନ ଅବସରରେ ସ୍ତାନୀୟ ଶାସ୍ତ୍ରୀ ଭବନ ପରିସରରେ ମଞ୍ଚ ନାଟକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ପ୍ରଯୋଜିତ ତ୍ରିଶକ୍ତି ସାଂସ୍କୃତିକ ସଂଘ ନିବେଦିତ ସାମାଜିକ ନାଟକ" ଅନ୍ଧକାର ର ସୁରୁଜ "ମଞ୍ଚସ୍ତ ହୋଇଯାଇଛି ! ଏହି ଅବସରରେ ବିଶିଷ୍ଟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ ଏବଂ ( ରାଜସ୍ବ ) ବିଶ୍ୱଜିତ୍ ବର୍ମନ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୂଜ୍ୟପୂଜା ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ! ଅନ୍ୟତମ ଅତିଥି ରୂପେ ନବରଙ୍ଗପୁର ବିଧାୟକ ପ୍ରତିନିଧି ଦେବଦାସ ମହାକୁଣ୍ଡ ,ଡି ଆଇ ପି ଆର୍ ଓ ମନୋଜ ବେହେରା,ସମାଜ ସେବୀ ମନୋରଞ୍ଜନ ତ୍ରିପାଠୀ,ଡି ସି ଓ ଘାସିଆ ହରିଜନ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ! ସମ୍ପ୍ରତି ଯୁଗରେ ସିନେମା ଏବଂ ମୋବାଇଲ ଫୋନ ଯୋଗୁଁ କିପରି ଭାବରେ ଜଣେ ଆଦିବାସୀ ନାଟ ଗୁରୁ ତାର ନାଟକ ବଞ୍ଚାଇବା ସକାଶେ ସମାଜ ସହ ସଂଘର୍ଷ କରିଛି ,ସେଇ କାହାଣୀ ଉପରେ ଆଧାରିତ ଉକ୍ତ ନାଟକର ରଚନା ଏବଂ ନିର୍ଦେଶନା,ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ଦେଇଥିବା ବେଳେ ବରିଷ୍ଟ କଳାକାର ସଂଜୀବ କୁମାର ସିଂ,ଆଶୁତୋଷ ପାତ୍ର , ନିର୍ମଳ କୁମାର ସାହୁ ,ଲକ୍ଷ୍ମୀ ସିଂ, ଶିବ ଶଙ୍କର ପାଢ଼ୀ, ବି. ଶିବ ଶଙ୍କର ଦୋରା,ପ୍ରତିଭା ଗୁପ୍ତା, ବେଣୁ ଗୋପାଳ,ଏନ୍. ସୁମିତ କୁମାର,ଶୟମ୍ ସାରଥୀ ସିଂ, ମନିଷା ବିଶ୍ୱାସ, ଅଂଶୁମାନ ନାୟକ,ସୁବ୍ରତ ଜେନା ,ତୁଫାନ ସର୍ଦ୍ଦାର,ରିତେଶ ସାହୁ ,ଗୌତମ ସାହୁ ପ୍ରମୁଖ ଅଭିନୟ କରିଥିଲେ !ଉକ୍ତ ନାଟକରେ ସଙ୍ଗୀତ ପରିଚାଳନା ଯୁଗଳ କିଶୋର ତ୍ରିପାଠୀ ଏବଂ ମୁରଲୀ ଧର ପଟ୍ଟନାୟକ କରିଥିବା ବେଳେ କଣ୍ଠଦାନ କୁମାର ସମର କରିଥିଲେ,ପ୍ରଦୀପ ନନ୍ଦ,ସତ୍ୟ ନାରାୟଣ ଦାସ ଏବଂ ହରିଶ ଚନ୍ଦ୍ର ବେହେରା ଉକ୍ତ ନାଟକ ପରିଚାଳନା ରେ ସହଯୋଗ କରିଥିଲେ ! ନୂତନ ପ୍ରତିଭା କୁ ସୁଯୋଗ ଦେବା ନିମନ୍ତେ ନାଟକର ନିର୍ଦେଶକ ମନୋଜ ପଟନାୟକ ୧୦ ଜଣ ନୂତନ ପ୍ରତିଭାଙ୍କୁ ମଞ୍ଚ ରେ ଅଭିନୟ କରିବାକୁ ସୁଯୋଗ ଦେଇ ନୂତନ ମଞ୍ଚ କଳାକାର ସୃଷ୍ଟି କରିବାରେ ସଫଳ ହୋଇଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ