ଭୁବନେଶ୍ୱରରେ ଦର୍ଶକଙ୍କୁ ବିମୋହିତ କଲା ବାରିପଦାର ନାଟକ " ଚିଠି "

May 4, 2026 - 21:07
 0  1
ଭୁବନେଶ୍ୱରରେ ଦର୍ଶକଙ୍କୁ ବିମୋହିତ କଲା ବାରିପଦାର ନାଟକ " ଚିଠି "

ବାରିପଦା - ତା :- ୦୪/୦୫/୨୦୨୬ ରିଖ ଭୁବନେଶ୍ୱର ସ୍ଥିତ ଭଂଜକଳା ମଣ୍ଡପରେ ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟସଙ୍ଘ ଆନୁକୂଲ୍ୟରେ ଆୟୋଜିତ ନାଟ୍ୟଧାରାରେ ବାରିପଦାର ଓମ ନାଟ୍ୟସଂସ୍ଥା ପ୍ରଯୋଜିତ ନାଟକ " ଚିଠି " ମଞ୍ଚସ୍ଥ ହୋଇଯାଇଛି I ପ୍ରଦୀପ ଭୋଳଙ୍କ ରଚିତ ତଥା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକଟିରେ ଧୀର ବସା, ଅସିତ ଗିରି, ଉପାସନା ଦାସ, ଜ୍ଞାନ ପଣ୍ଡା, ସୁଜୟ ମହାନ୍ତି, ଓ ଆଦ୍ୟାଶା ଅଭିନୟ କରିଥିବା ବେଳେ ସହ ନିର୍ଦ୍ଦେଶନାରେ ଜ୍ଞାନ ପଣ୍ଡା, ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର ଓ ଆଲୋକରେ ଶ୍ରୀକାନ୍ତ ଚୌଧୁରୀ ସହଯୋଗ କରିଥିଲେ I ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରମଣୀ ପ୍ରଧାନଙ୍କ ସହ ମହାତ୍ମା ଗାନ୍ଧୀଙ୍କ ନିବିଡ଼ ସମ୍ପର୍କ ଥିଲା I ଗାନ୍ଧିଜୀଙ୍କ ସହ ତାଙ୍କର ଅନେକ ଚିଠି ଦିଆନିଆ ଚାଲୁଥିଲା I ଇତି ମଧ୍ୟରେ ତାଙ୍କ ନାତୁଣୀକୁ ଭଲପାଉଥିବା ଅଧ୍ୟାପକ ଗବେଷଣା କରୁଥିବା ବେଳେ ଜାଣିବାକୁ ପାଇଥିଲେ ମହାତ୍ମା ଗାନ୍ଧୀଙ୍କ ଚିଠି ସାଉଥ ଆଫ୍ରିକାରେ ଗୋଟିକୁ ୪ କୋଟି ଟଙ୍କାରେ ବିକ୍ରି ହେଉଛି I ଅଧ୍ୟାପକ ତଥା ପୁଆବୋହୂ ମିଶି ଚିଠି ଗୁଡିକୁ ହାତେଇବା ପାଇଁ ଚେଷ୍ଟା କରନ୍ତି I ନାତୁଣୀଠାରୁ ଏକଥା ଜାଣି ସେ ଜୀବନ ଯାଉପଛେ ବିକ୍ରି କରିବାକୁ ନଦେବା ପାଇଁ ଚିଠି ସବୁ ଗିଳିଦେଇ ମୃତ୍ୟବରଣ କରନ୍ତି I ଏମିତି ଏକ ଘଟଣାବଳୀ ଉପରେ ଆଧାରିତ ନାଟକରେ ଅଭିନେତା ମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ