।। ବ୍ଲକ ସ୍ତରୀୟ ଦୁଇଦିନିଆ ଆଦିବାସୀ କ୍ରିଡ଼ା ମହୋତ୍ସବ କାର୍ଯ୍ୟ କ୍ରମ-୨୦୨୩ ଅନୁଷ୍ଠିତ ହୋଇଯାଇଛି ।।

Nov 8, 2023 - 15:32
 0  159
।। ବ୍ଲକ ସ୍ତରୀୟ ଦୁଇଦିନିଆ ଆଦିବାସୀ କ୍ରିଡ଼ା ମହୋତ୍ସବ କାର୍ଯ୍ୟ କ୍ରମ-୨୦୨୩ ଅନୁଷ୍ଠିତ ହୋଇଯାଇଛି ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତ ଖେଳ ପଡ଼ିଆଠାରେ ବ୍ଲକ ସ୍ତରୀୟ ଦୁଇ ଦିନିଆ ଆଦିବାସୀ କ୍ରିଡ଼ା ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିଡ଼ା ମହୋତ୍ସବ କାର୍ଯ୍ୟ କ୍ରମ- ୬ ତାରିଖ ଠାରୁ ଆରମ୍ଭ କରି -୭ ତାରିଖ ସନ୍ଧ୍ୟା ରାତ୍ର ୮ ଘଣ୍ଟା ସମୟ ପର୍ଯ୍ୟନ୍ତ କ୍ରିଡ଼ା ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରି ପେକ୍ଷିରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପଛୁଆ ବର୍ଗ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ୍ ଆନୁକୁଲ୍ୟରେ ଓ ମୁନିଗୁଡ଼ା ଗୋଷ୍ଠୀ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ସଂଯୋଜନା ରେ ଆୟୋଜିତ ହେଇଥିବା ଦୁଇ ଦିନିଆ କ୍ରିଡ଼ା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ SDC,chairman ଶ୍ରୀମତୀ ଅନୁସୟା, ମାଝୀ , ଓ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡୃକା, ସମ୍ମାନୀତ ଅତିଥି ଓଡିଶା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗର୍ନାଥ ନୁଣ୍ଡୃକା, ଯୋଗ ଦାନ ଦେଇ କ୍ରିଡ଼ା ମହୋତ୍ସବରେ ୧୭ ଗୋଟି ପ୍ରତ୍ୟେକ ପଞ୍ଚାୟତର ଭାଗନେଇ ଥିବା ଉପସ୍ଥିତ ଓ ଖେଳାଳି ମାନଙ୍କୁ ଉଚ୍ଛାହ ଓ ଅଭିଭାଷଣ ଦେଇ ଥିଲେ କ୍ରିଡ଼ା ପ୍ରତି ଯୋଗିତା ଉକ୍ତ ମହୋଛବରେ ସମ୍ମାନୀତ ଅତିଥି ରୁପେ ମୁନିଖୋଲ ପଞ୍ଚାୟତ ସରପଞ୍ଚ,ପାଇକ ଜାକେସିକା, ପାତ୍ରଗୁଡା ସରପଞ୍ଚ ଅନନ୍ତ ନୁଣ୍ଡୃକା, ତେଲେଙ୍ଗା ପଦର ସରପଞ୍ଚ ଉପେନ୍ଦ୍ର ଶିକୋକା, ତେଲେଙ୍ଗା ପଦର ସମିତି ସଭ୍ୟ ଅନଙ୍ଗ ନାଗ,ଘମଟ ଗୁଡ଼ା ସରପଞ୍ଚ ଅନନ୍ତ ନୁଣୃକା,ଶିବପଦର ପଞ୍ଚାୟତ ସରପଞ୍ଚ ପ୍ରକାଶ କରସିକା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ୍ ସଦସ୍ୟ ଭରତ ଭୋଇ, ସମିତି ସଭ୍ୟା,ଶକୁନ୍ତଳା ନୁଣ୍ଡୃକା,ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଆଦିବାସୀ କ୍ରିଡ଼ା ୨୦୨୩ ର ପ୍ରଥମେ ଉଦ୍ ଘାଟନ କରିଥିବା ବେଳେ, ବାଳକ ମାନଙ୍କ ୧୨ ଟି ଦଳ ପ୍ରତି ଯୋଗୀ ପାଇଁ ଭାଗନେଇ ଥିବା ଓ ୮ ଟି‌ ଭଳି ବଲ ଦଳ ଭାଗ ନେଇଥିବା ବେଳେ ଓ ବାଳିକା ମାନଙ୍କ ପାଇଁ ବ୍ୟାଡମିଣ୍ଟନ ଖୋକୋ ଭଳି ଅନେକ ପ୍ରତି ଯୋଗିତା ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି । ଶେଷ ଦିବସର ଶେଷ ସୁଦ୍ଧା ମୁନିଗୁଡ଼ା ବ୍ଲକ ର ୧୭ ଟି ପଞ୍ଚାୟତ ର‌ ଖେଳାଳୀ ମାନେ ଏହି କ୍ରିଡ଼ା ମହୋତ୍ସବରେ ନିଜ ନିଜ ର ଦକ୍ଷତାକୁ ପ୍ରଦର୍ଶନ କରିବାସହିତ ସୁଯୋଗ ପାଇବାର ସହିତ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅନେକ ଖେଳାଳି ଅଞ୍ଚଳ ନିମନ୍ତେ ଭବିଷ୍ୟତ ଗୌରବ ଅର୍ଜନ ସୃଷ୍ଟି କରିବେ ବୋଲି ଜଣା ଯାଇଛି । ବ୍ଲକ ଷ୍ଟାଫ୍ ଟଙ୍କଧର ନାଗ,ଜିଆର୍ ଏସ୍ ଅଜିତ ନାଗ୍,ଷ୍ଟେଜ୍ ପରିଚାଳନା କରିଥିଲେ। କ୍ରିଡ଼ା ମହୋତ୍ସବ ର ଫଳାଫଳ ପାତ୍ରଗୁଡା ପଞ୍ଚାୟତ ପ୍ରଥମ ସ୍ଥାନରେ କ୍ରିକେଟ ଖେଳରେ ଜିତିଥିବା ବେଳେ, ଭୋଲିବଲ ଅମ୍ବାଦଳା ପଞ୍ଚାୟତ ଯିତିଥିବା ସହ, ଓ ଖୋକୋ‌ ଖେଳରେ ମୁନିଖୋଲ ପଞ୍ଚାୟତ girlsha school,ଯିତିଥିବା ଜଣାଯାଇଛି। ଏହି କ୍ରିଡ଼ା ମହୋତ୍ସବ ରେ ବିଜୟୀ ହୋଇ ଥିବା ଯୁବକ ଓ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ବାରା ଶେଷରେ ପ୍ରାଇଜ୍ ବଣ୍ଟନ କାର୍ଯ୍ୟ କ୍ରମ କରାଯାଇଥିଲା।ପିଟି ମାନଙ୍କ ମଧ୍ୟରେ ଏସ୍ କେ ଜାବିର, ସଞ୍ଜୀବ କାଡ଼୍ରାର୍କା,ସୁବେନ୍ଧୁ ଦାସ୍,ହରିହର ପ୍ରଧାନ, କୃଷ୍ଣନ୍ନ ପ୍ରସାଦ ଗୈଡ , ମନୋଜ୍ ପାଢ଼ୀ,ଦେବାସିସ୍ ସାହୁ, ଧିରେନ୍ଦ୍ର ଥାପା ,ଜିଜ୍ଞାସୁ ଶେଖର ଯେନା, ପ୍ରଭାତୀ ଠୁଙ୍ଗ୍, ବରିଷ୍ଠ ବିଜେଡ଼ି ନେତା ବୃନ୍ଦାବନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ଖେଳାଳି ମାନଙ୍କୁ ପରିଚାଳନା କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ