।। ବ୍ଲକ ସ୍ତରୀୟ ଏକ ଦିନିଆ ଟିବି ମୁକ୍ତ ଭାରତ କର୍ମଶାଳା ଅନୁଷ୍ଠିତ l।

Jan 28, 2024 - 20:15
 0  42
।। ବ୍ଲକ ସ୍ତରୀୟ ଏକ ଦିନିଆ ଟିବି ମୁକ୍ତ ଭାରତ କର୍ମଶାଳା ଅନୁଷ୍ଠିତ l।

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିବି ମୁକ୍ତ ଭାରତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଖରିଆର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବୀରେନ୍ଦ୍ର କୁମାର ବାଗ, ଏସ.ଟି.ଏସ ବରିଷ୍ଠ ଚିକିଶ୍ୟକ ପର୍ଯ୍ୟବେକ୍ଷକ ନାରାୟଣ ହୋତା, ପି.ଏଚ.ପି.ଓ. ଚାନ୍ଦନୀ କିସାନ ଏବଂ ଡି.ପି.ଓ ପିରାମଲ ଫାଉଣ୍ଡେସନ କାବେରୀ ହୋତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଟିବି କିପରି ହୁଏ ଏବଂ ଏହାର ନିରାକରଣ ଉପରେ ବୁଝାଇଥିଲେ l ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନେ କିପରି ଯକ୍ଷ୍ମା ମୁକ୍ତ ହେବେ ଏବଂ ଯକ୍ଷ୍ମା ରୋଗୀ ମାନଙ୍କୁ କିପରି ଚିହ୍ନଟ କରିବା l ଏହାର ପ୍ରତିକାର ଉପରେ ଏକଦିନିଆ କର୍ମଶାଳାରେ ପିରାମଲ ଫାଉଣ୍ଡେସନ କାବେରୀ ହୋତା ଗ୍ରାମୀଣ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବୁଝାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମାନେ କର୍ମଶାଳାରେ ଯୋଗଦେଇ ଟିବି ମୁକ୍ତ ଭାରତ କିପରି ହେବ ତା ବିଷୟରେ ବୁଝିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ