।। ବ୍ଲକରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବା ନେଇ କଂଗ୍ରେସ ଦଳ ପକ୍ଷରୁ ଦାବି ।।

Aug 19, 2023 - 17:12
 0  30
।।  ବ୍ଲକରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବା ନେଇ କଂଗ୍ରେସ ଦଳ ପକ୍ଷରୁ ଦାବି ।।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପିସିିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆଭାନ୍ କର୍ମେ ସାରା ଓଡ଼ିଶାରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ୍ ଘେରାଉ କରିଥିବା ବେଳେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବ୍ଲକ୍ ଘେରାଓ କରା ଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ଶଙ୍କର ସାହୁଙ୍କ ନିର୍ଦେଶ କ୍ରମେ କୋରାପୁଟ ଜିଲ୍ଲାର ଚଉଦଟି ବ୍ଲକର ବ୍ଲକ୍ କଂଗ୍ରେସ୍ ସଭାପତିଙ୍କ ନେତୃତ୍ବରେ ନିଜ ନିଜ ଅଞ୍ଚଳର ହଜାର ହଜାର କଂଗ୍ରେସ୍ କର୍ମୀ ଏକତ୍ରିତ ହୋଇ ନିଜ ନିଜ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହା ମହିମ ରାଜ୍ୟ ପାଳଙ୍କୁ କଂଗ୍ରେସ୍ ଦଳ ପକ୍ଷରୁ ବିଭିନ୍ନ ପ୍ରକାରର ଦାବି ନେଇ ଦାବିପତ୍ର ପ୍ରଦାନ କରା ଯାଇଥିବା ଦେଖିବାକୁ ମିଳିଛି।

ପ୍ରଥମେ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ସହର ପରିକ୍ରମା କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ନାରାବାଜି ଦେଇ ବ୍ଲକରେ ହେଉଥିବା ଦୁର୍ନୀତି ତଥା ପାଞ୍ଚରୁ ପଚାଶ ପର୍ସେଣ୍ଟ ପିଶି କାରବାର , ଆବାସ୍ ଯୋଜନା ହେର୍ ଫେର୍ , ଦରଦାମ୍ ବୃଦ୍ଧି , ନାରୀ ନିର୍ଯ୍ୟାତନା , ଚାଷୀର ବାଟ ମାରଣା ନୀତି ,

ବାର୍ ବାର୍ ବିଜୁଳି କଟ୍ କରିବା ସହ ବିଲ୍ ବୃଦ୍ଧି ଏ ଭଳି ଅନେକ ଗୁଡ଼ାଏ ଦୁର୍ନୀତି ଇତ୍ୟାଦିକୁ ବନ୍ଦ୍ କରିବା ସହ କୋରାପୁଟ ଜିଲ୍ଲାର ହଜାର ହଜାର ବେକାରୀ ଯୁବକ ଯୁବତୀଙ୍କୁ ଚାକିରି ଯୋଗେଇ ଦେବା ନେଇ ଚଉଦଟି ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହା ମହିମ ରାଜ୍ୟ ପାଳଙ୍କୁ ବ୍ଲକ୍ କଂଗ୍ରେସ୍ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ଦୁର୍ଗା ଶଙ୍କର ସାହୁ ।

ତେବେ କୋରାପୁଟ ଜିଲ୍ଲାରେ ଏ ଭଳି ଦୁର୍ନୀତି ବନ୍ଦ୍ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ରାଜ ରାସ୍ତାରେ ଓହ୍ଲେଇବ ବୋଲି ମଧ୍ୟ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ