।। ବୈପାରିଗୁଡ଼ା ଅଞ୍ଚଳରେ ମାଓ ପୋଷ୍ଟର ।।

ବୈପାରିଗୁଡ଼ା ବ୍ଳକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଜି.ମାଝୀଗୁଡ଼ା ଗ୍ରାମ ପଞ୍ଚାୟତର କୋଟ୍ରାଗୁଡ଼ା ଅଞ୍ଚଳରେ ଲାଗିଛି ମାଓପୋଷ୍ଟର । ସେହି ମାଓ ପୋଷ୍ଟରରେ ଲେଖା ରହିଛି ଯେ ଆସନ୍ତା କାଲି ଠାରୁ ପଥର କୁଆଁରି କାର୍ଯ୍ୟ ବନ୍ଦ ରହିବ । ଏବଂ ପଥର କୁଆଁରିର ଗ୍ରାହକ ମାନଙ୍କୁ ଜଣେଇ ଦିଆ ଯାଉଛି ଯେ ପନ୍ଦର ଦିନ ମଧ୍ୟରେ ଟଙ୍କା ଦିଅ । ଯଦି ପନ୍ଦର ଦିନ ସମୟ ଭିତରେ ଟଙ୍କା ନଦେଇ ଯଦି ବଳଦ୍ କାରେ କାର୍ଯ୍ୟ କରିବ ତାହା ହେଲେ କୁଆଁରୀ ଭିତରେ ଥିବା ମେସିନ ଗାଡ଼ି ଗୁଡ଼ିକ ପଡ଼ି ନଷ୍ଟ କରି ଦେବୁ । ଏହି ପରି ଲେଖା ପୋଷ୍ଟର ମାରି ପଥର କୁଆଁରିର ମ୍ୟାନଜରକୁ ଧମକ ଦିଆଯାଇଛି । ଗତ କିଛି ଦିନ ତଳେ କୋରାପୁଟ ଛତିଶଗଡ଼ ସୀମାନ୍ତ ଦନ୍ତେବେଡ଼ା ଠାରେ ମାଓ ବାଦୀଙ୍କ କାର୍ଣାମା ପରେ ଏବେ ବୈପାରିଗୁାଡ଼ା ଉପାନ୍ତ ଅଞ୍ଚଳରେ ଏହିପରି ମାଓ ପଷ୍ଟର ଲାଗିଥିବା ଦେଖା ଦେଇଛି । ଏ ନେଇ ଲୋକଙ୍କ ମନରେ ଭୟ ଭିତ ସୃଷ୍ଠି କରୁଛି । ବୈପାରିଗୁଡ଼ା ପୋଲିସର ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରୁଛି । ତାହା ଅସଲି ମାଓ ପଷ୍ଟର ନା ନକଲି ମାଓ ପଷ୍ଟର ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ସ୍ଥାନ : ବୈପାରିଗୁାଡ଼ା କୋରାପୁଟ ବୈପାରିଗୁାଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ
What's Your Reaction?






