ବୁଲାପଶୁଙ୍କ କବଳରୁ ପ୍ରତିରକ୍ଷାତ୍ମକ କୌଶଳ ନେଇ ସଚେତନତା କାର୍ଯ୍ୟକ୍ରମ

Dec 27, 2025 - 05:34
 0  1
ବୁଲାପଶୁଙ୍କ କବଳରୁ ପ୍ରତିରକ୍ଷାତ୍ମକ କୌଶଳ ନେଇ ସଚେତନତା କାର୍ଯ୍ୟକ୍ରମ

ବାରିପଦା ତା 26/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ରାଗଧା ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ସ୍ନାତକ ମହାବିଦ୍ୟାଳୟରେ ବୁଲାପଶୁମାନଙ୍କ କବଳରୁ ପ୍ରତିରକ୍ଷାତ୍ମକ କୌଶଳ ଏବଂ କୁକୁର କାମୁଡା ପାଇଁ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଅଧ୍ୟକ୍ଷା ଡକ୍ଟର ଅସୀମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ଉନ୍ନୟନ ନିଗମର ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି, କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମହେଶ୍ଵର ମାଝୀ ମୁଖ୍ୟବକ୍ତା, ଅଧ୍ୟାପକ ତ୍ରିଲୋଚନ ମିଶ୍ର, ଅଧ୍ୟାପକ ଡକ୍ଟର ସତ୍ୟବାନ ପଣ୍ଡା, ଅଧ୍ୟାପକ ଶୁଶାନ୍ତ ମହାନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୁଲାପଶୁମାନଙ୍କର ଆଚରଣ ଏବଂ ସେମାନଙ୍କ କବଳରୁ ନିଜକୁ କିପରି ସୁରକ୍ଷିତ ରଖିପାରିବା ତଥା କୁକୁର କାମୁଡିଲେ ତାହାର ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ. ଅଧ୍ୟାପକ ଗୋପାଳ କୃଷ୍ଣ ମହାନ୍ତ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅଧ୍ୟାପିକା କବିତା ମଞ୍ଜରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ. ଅଧ୍ୟାପିକା ସୁଚିତ୍ରା ବେହେରା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ