।। ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର ।।

Jun 14, 2023 - 20:53
 0  25
।। ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): ବିଶ୍ୱ ରକ୍ତ ଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା।

ଏଥିରେ ବାଟାଲିୟନର ୧୧ ଜଣ ଅଧିକାରୀ ଓ ଜବାନ ସକ୍ରିୟ ଅଂଶଗ୍ରହଣ କରିବା ସହ ରକ୍ତ ଦାନ କରି ବିଶ୍ୱ ରକ୍ତ ଦାନ ଦିବସକୁ ସଫଳ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମାଣ୍ଡାଣ୍ଟ ଅଜିତ ସି ବାବୁ, ବିପିନ କୁମାର, ବାଟାଲିୟନ ର ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାହୁଲ ମାଲପୋଟ୍ରା, ସହାୟକ କମାଣ୍ଡାଣ୍ଟ କୁମାର ରାଘବେନ୍ଦ୍ର, ଡାକ୍ତର ସୋମ୍ୟ ଦର୍ଶନ ନାୟକ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୁମନ ମହାନ୍ତି, ମେଡିକାଲ୍ ଅଫିସର, ଉପଖଣ୍ଡ ହେଲଥ ସେଣ୍ଟର କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ l ଏହି ଅବସରରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜବାନଙ୍କୁ ବାଟାଲିୟନର ଦ୍ୱିତୀୟ କମାଣ୍ଡିଂ ଅଫିସର ସୁବ୍ରତ ନାୟକ ବିଶ୍ୱ ରକ୍ତଦାନର ମହତ୍ତ୍ୱ ଓ ମାନବ ଜୀବନରେ ଏହାର ମହତ୍ତ୍ୱ ସମ୍ପର୍କରେ ବୁଝାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ